ଭୀମକୁଣ୍ଡ ଉନ୍ନୟନ ପରିଷଦ ବୈଠକ ମକର ମେଳା ବନ୍ଦ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ସଭାଗୃହରେ ଭୀମକୁଣ୍ଡ ଉନ୍ନୟନ ପରିଷଦ ବୈଠକ ସୋମବାର ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରମେଶ ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରସ୍ତୁତି ବୈଠକରେ ପାଟଣା ବିଧାୟକ ଜଗନ୍ନାଥ ନାଏକ, କେନ୍ଦୁଝର ଉପଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ , ପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଇଶ୍ୱର ଚନ୍ଦ୍ର ନାଏକ, ପାଟଣା ତହସିଲଦାର ଶିବ ପ୍ରସାଦ ମୁର୍ମୁ, ପାଟଣା ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାଏକ, ଜିଲ୍ଲା ପରିଷଦ ସଦସ୍ୟ ସୁରେଶ ଚନ୍ଦ୍ର ନାଏକ, ଅଗ୍ନିଶମ ଅଧିକାରୀ ମନୋରଞ୍ଜନ ମହାନ୍ତ, ଡୁମୁରିଆ ପଞ୍ଚାୟତର ସରପଞ୍ଚ ଦମୟନ୍ତୀ ନାଏକ, ଭୀମକୁଣ୍ଡ ଉନ୍ନୟନ ସମିିତିର ସଦସ୍ୟ ଉପସ୍ଥିତ ଥିଲେ। ସରକାରଙ୍କ କୋଭିଡ ଆଇନ ଅନୁଯାୟୀ ଚଳିତବର୍ଷ ହେବାକୁ ଥିବା ମକରମେଳାକୁ ବାତିଲ କରାଯିବା ସହିତ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଭୀମକୁଣ୍ଡକୁ ଜନସାଧାରଣଙ୍କ ନିମନ୍ତେ ବନ୍ଦ କରାଯାଇଛି ଓ ଏସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।