୧ଲକ୍ଷ ୩ ହଜାର ୫୦୦ ଟଙ୍କ ଜୋରିମାନା ଆଦାୟ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ପୁଲିସ ଓ ପରିବହନ ବିଭାଗ ପକ୍ଷରୁ ୪୯ ନମ୍ବର ଜାତୀୟ ରାଜପଥର ବାଉଁଷୁଳି ନିକଟରେ ଆଜି ଗାଡି ମୋଟର ଚେକିଂ ଜୋରଦାର କରାଯାଇଥିଲା। ବିନା ଇନ୍ସୁରାନ୍ସ ଓ ବିନା ହେଲମେଟରେ ଗାଡି ଚଳାଉଥିବା ୧୩ ଟି ଗାଡିକୁ ୧ଲକ୍ଷ ୩ ହଜାର ୫୦୦ ଟଙ୍କାର ଇ ଚାଲାଣ କଟାଯିବା ସହ ଏକ ନମ୍ବର ବିହୀନ ଗାଡିକୁ ପରିବହନ ବିଭାଗ ପକ୍ଷରୁ ଜବତ କରାଯାଇଛି । ସେହିପରି ମଦ୍ୟପାନ କରି ଗାଡି ଚଳାଉଥିବା ଜଣେ ମଦୁଆ ବାଇକ ଚାଳକକୁ ଗିରଫ କରି କୋର୍ଟଚାଲାଣ କରିଛି ପୁଲିସ। ଗିରଫ ବାଇକ ଚାଳକ ହେଲେ ଦାଶରଥିପୁର ଗ୍ରାମର ସନ୍ତୋଷ ମହାନ୍ତ ।