ଚାଇଲ୍ଡଲାଇନ ପକ୍ଷରୁ ୩ ଶିଶୁ ଶ୍ରମିକ ଉଦ୍ଧାର

କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡାରେ ଆଜି ୩ ଶିଶୁଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଜିଲ୍ଲା ଚାଇଲ୍ଡଲାଇନ ପକ୍ଷରୁ ଚଢ଼ଉ କରାଯାଇଥିଲା। ସୂଚନା ଅନୁଯାୟୀ ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାର କିକିରପାଲ୍ଲୀ ଗ୍ରାମର ୩ ଶିଶୁ ଶ୍ରମିକଙ୍କୁ ଅଣାଯାଇ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡାରେ ହେଉଥିବା ନିର୍ମାଣଧୀନ କାର୍ଯ୍ୟରେ ନିୟୋଜିତ କରାଯାଇଥାନ୍ତା। ଏହି ସମୟରେ ମାଲକାନଗିରି ଜିଲ୍ଲା ଚାଇଲ୍ଡଲାଇନ ପକ୍ଷରୁ ଏହି ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଯିବା ସହ ଘଟଣାର ତଦନ୍ତ ଜାରି ରହିଥିବା ସୂଚନା ମିଳିଛି।