ମାଛଗଡ଼ ସଙ୍ଗରୋଧ କେନ୍ଦ୍ର ପାଚେରୀ ଡେଇଁ ଦୁଇ ପ୍ରବାସୀ ଫେରାର

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଥାନା ମାଛଗଡ଼ ସଙ୍ଗରୋଧ କେନ୍ଦ୍ରରୁ ଦୁଇଜଣ ପ୍ରବାସୀ ଫେରାର ହୋଇଯାଇଥିବା ସରପଞ୍ଚ ଈଶ୍ୱର ନାଏକ ପାଟଣା ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରରେ, ଦୁଇଜଣ ପ୍ରବାସୀଙ୍କ ସଙ୍ଗରୋଧ ସମାପ୍ତ ପରେ ନିଜ ଘରକୁ ଚାଲି ଯାଇଥିଲେ। କିନ୍ତୁ  ଉକ୍ତ ସଙ୍ଗରୋଧ କେନ୍ଦ୍ରରୁ ଦୁଇଜଣ କରୋନା ପଜିଟିଭ  ଚିହ୍ନଟ ହେବାପରେ ଉକ୍ତ  ଯୁବକ ସେମାନଙ୍କ ସଂସ୍ପର୍ଶରେ ଆସିଥିବାରୁ ସେମାନଙ୍କୁ ସରପଞ୍ଚ ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରରେ ରଖିଥିଲେ। ହେଲେ ଆଜି ଦୁଇଜଣ ଯୁବକ ପାଚେରି ଡେଇଁ ଫେରାର ହୋଇ ଯାଇଛନ୍ତି।