ବାରିପଦା, ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲାରେ ଆଜି ନୂଆ ୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କରିଆ, ଖୁଣ୍ଟା, ଉଦଳା ବ୍ଲକ ଓ ବାରିପଦା ପୌରପରିଷଦ କ୍ୱାରେଣ୍ଟିନ ସେଣ୍ଟରରୁ ଜଣେ ଲେଖାଏଁ ଏବଂ ଗୋପବନ୍ଧୁନଗର କ୍ୱାରେଣ୍ଟିନ ସେଣ୍ଟରରୁ ୨ ଜଣକୁ ମିଶାଇ ମୋଟ୍ ୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ପଜିଟିଭ ବ୍ୟକ୍ତିମାନଙ୍କ ମଧ୍ୟରେ ତାମିଲନାଡୁ ଫେରନ୍ତା ଜଣେ ରହିଥିବାବେଳେ ପଶ୍ଚିମବଙ୍ଗରୁ ୩, କର୍ଣ୍ଣାଟକରୁ ଜଣେ ଓ ମହାରାଷ୍ଟ୍ର ଫେରନ୍ତା ଜଣେ ରହିଛନ୍ତି। ସମସ୍ତ ସଂକ୍ରମିତଙ୍କୁ ବାରିପଦାସ୍ଥିତ ବାଙ୍କିଶୋଳ କୋଭିଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଆଜି ଜିଲ୍ଲାରେ ଚିକିତ୍ସାଧୀନ ବ୍ୟକ୍ତିମାନଙ୍କ ମଧ୍ୟରୁ ୮ ଜଣ ସୁସ୍ଥ ହୋଇ ଫେରିଥିବା ଜିଲ୍ଲା ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି। ସେହିପରି ଆଜି ଚିହ୍ନଟ ହୋଇଥିବା ଏହି ୧୦ ଜଣକୁ ମିଶାଇ ମୟୂରଭଞ୍ଜ ଜିଲ୍ଲାରେ ୧୪୫ରେ ପହଞ୍ଚିଥିବାବେଳେ ସକ୍ରିୟ ସଂଖ୍ୟା ୪୧ ଏବଂ ଜ ଆଜି ସୁଦ୍ଧା ଜିଲ୍ଲାରେ ୧୦୪ ଜଣ ସୁସ୍ଥହୋଇ ଫେରିଛନ୍ତି।