ପାଟଣା, ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଥାନା କାମେଶ୍ୱରପୁର ଗ୍ରାମର ବାଉଁଶ ଡିହା ସାହିରେ ହୋଇଥିବା ଡକାୟତି ଘଟଣାକୁ ପାଞ୍ଚ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ହାତ ଖାଲି ପଡ଼ିଛି। ସୂଚନା ଥାଉକି, ଗତ ୧୭ ତାରିଖ ମଙ୍ଗଳବାର ରାତି ୨ଟା ସମୟରେ କାମେଶ୍ୱରପୁର ବାଉଁଶଡିହା ସାହିର କାର୍ତ୍ତିକା ନାଏକ ଓ ଅଙ୍ଗନବାଡ଼ି କର୍ମୀ ମୀନା ତ୍ରିପାଠୀଙ୍କ ଘରୁ ଡକାୟତ ମାନେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ମୋବାଇଲ ଲୁଟ୍ କରିଥିଲେ। ଏହା ସହିତ ଅଙ୍ଗନବାଡ଼ି କର୍ମୀ ମୀନା ତ୍ରିପାଠୀ ଓ ତାଙ୍କର ବିବାହିତା ଝିଅ ସରିତା ଦ୍ୱିବେଦୀଙ୍କୁ ମାଡମାରି ଆହତ କରିଥିଲେ। ଘଟଣାକୁ ପାଞ୍ଚ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ର ନିଷ୍କ୍ରିୟତା ଯୋଗୁଁ କୌଣସି ଡକାୟତଙ୍କ ପତ୍ତା ମିଳୁନି। ଫଳରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି।