ମୁମ୍ବାଇ: କରୋନାରେ ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ବିମାନ ଯୋଗେ ମୁମ୍ବାଇ ଆସୁଥିବା ଲୋକଙ୍କ ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି। ଗାଇଡଲାଇନ ମୁତାବିକ, ଉଡ଼ାଣ ଜରିଆରେ ଦିଲ୍ଲୀ ଏନସିଆର, ରାଜସ୍ଥାନ, ଗୁଜୁରାଟ ଓ ଗୋଆରୁ ଆସୁଥିବା ଲୋକଙ୍କର ଆରଟିପିସିଆର କରୋନା ରିପୋର୍ଟ ନେଗେଟିଭ ହୋଇଥିବା ଦରକାର। ସେମାନଙ୍କର ରିପୋର୍ଟ ବିମାନବନ୍ଦରରେ ଯାଞ୍ଚ କରାଯିବ। ଆଉ ରିପୋର୍ଟର ସାମ୍ପଲ ୭୨ ଘଣ୍ଟା ମଧ୍ୟରେ ନିଆଯାଇଥିବା ଜରୁରୀ। ଆଉ ଯେଉଁମାନେ ସାଥୀରେ ନେଗେଟିଭ ରିପୋର୍ଟ ଆଣିନଥିବେ ସେମାନଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ନିଜ ଖର୍ଚ୍ଚରେ ଆରିଟିପିସିଆର ଟେଷ୍ଟ କରାଇବାକୁ ପଡ଼ିବ। ତା’ପରେ ଯାଇ ଘରକୁ ଯାଇପାରିବେ। ଏଥିସହିତ ଯେଉଁଠି ରହିବେ ସେଠାକାର ଠିକଣା ଦେବାକୁ ପଡ଼ିବ ଯଦ୍ୱାରା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଲେ ସେମାନଙ୍କୁ ଟ୍ରେସ୍ କରାଯାଇପାରିବ।