ଟ୍ରକ୍ ପଛକୁ ଧକ୍କା ଦେଲା ଆଉ ଏକ ଟ୍ରକ୍

ପାଟଣା, ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗା କଲେଜ ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି । ରାଜପଥ କଡ଼ରେ ଛିଡା ହୋଇଥିବା ଟ୍ରକ ପଛ ପଟୁ ଆଉ ଏକ ଟ୍ରକ ଧକ୍କା ଦେଇଛି। ଫଳରେ ପଛ ଗାଡିର ଡ୍ରାଇଭର ଗୁରୁତର ହୋଇଥିବା ଜଣାପଡିଛି। ଗୁରୁତର ଡ୍ରାଇଭରଙ୍କ ପରିଚୟ ମିଳି ନଥିବା ବେଳେ ଗୁରୁତର ଅବସ୍ଥାରେ ଡ୍ରାଇଭରକୁ କେନ୍ଦୁଝର ମେଡିକାଲରେ ଭର୍ତ୍ତି କରାଯାଇଛି।