ଫୁଲବାଣୀ,ଦାରିଙ୍ଗବାଡି ,ବେଲଘର,ଏନ୍ଏନ୍ଏସ୍: ଗତ ବର୍ଷ ତୁଳନାରେ ଚଳିତବର୍ଷ ବିଳମ୍ବରେ କନ୍ଧମାଳରେ ଶୀତ ପ୍ରବେଶ କରିଥିଲେ ମଧ୍ୟ ଗତ ୨ ଦିନ ହେଲା ଶୀତରେ ଥରୁଛି କନ୍ଧମାଳ। ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସୋମବାର ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୯.୫ ଡ଼ିଗ୍ରୀ ସେଲସିୟସ୍ ଥିବାବେଳେ ଫୁଲବାଣୀରେ ୧୦ ଡ଼ିଗ୍ରୀ ସେଲ୍ ସିୟସ୍ ତାପମାତ୍ର ରେକର୍ଡ କରାଯାଇଛି। ବେଲଘର ଅଞ୍ଚଳରେ ମଧ୍ୟ ତାପମାତ୍ରା କମିଛି।
ଦାରିଙ୍ଗବାଡିରେ ଶୀତର ପ୍ରକୋପ ଅଧିକ ଅନୁଭୂତ ହେଉଥିବା ଯୋଗୁଁ ଦାରିଙ୍ଗବାଡ଼ି ଅଞ୍ଚଳବାସୀ ଅସ୍ତବ୍ୟସ୍ଥ ହୋଇପଡ଼ିଛନ୍ତି। ଲଗାତାର ଭାବରେ ଦାରିଙ୍ଗବାଡ଼ି ଅଞ୍ଚଳରେ ଶୀତର ପ୍ରକୋପ ଜାରି ରହିଛିଛି। ଆଜି ଦାରିଙ୍ଗବାଡ଼ିର ତାପମାତ୍ରା ୯.୫ ଡିଗ୍ରୀ ରହିଛି। ଅନ୍ୟପକ୍ଷରେ ଜିଲ୍ଲାରେ ଶୀତର ପ୍ରକୋପ ବୃଦ୍ଧି ପାଇବା ଆରମ୍ଭ ହୋଇଥିବା ବେଳେ ଫୁଲବାଣୀ , ବାଲିଗୁଡ଼ା , ଜି.ଉଦୟିରି ଓ ଦାରିଙ୍ଗବାଡି ଭଳି ବିଭିନ୍ନ ସ୍ଥାନରେ ପ୍ରଶାସନ ତରଫରୁ ତୁରନ୍ତ ଶୀତକାଳୀନ ରାତ୍ରୀ ଆଶ୍ରୟସ୍ଥଳୀ ଖୋଲିବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି।