ଭୁବନେଶ୍ୱର, ଏନ୍ଏନ୍ଏସ୍: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ବର୍ଷିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି, ଚାଷୀ ଓ ଶ୍ରମିକମାନଙ୍କ ପ୍ରତି ରାଜ୍ୟ ସରକାରଙ୍କର ଯଦି ତିଳେ ମାତ୍ର ଦରଦ ଥାଏ ତେବେ ଛତିଶଗଡ଼ ସରକାର ଯେଭଳି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୫ଶହ ଟଙ୍କା କରିଛନ୍ତି ସେହିଭଳି ରାଜ୍ୟ ସରକାର ଓଡ଼ିଶାରେ କରିବେ ବୋଲି ପ୍ରଶ୍ନ କରିଛନ୍ତି । ସେହିପରି ସଂସଦରେ ଅଗଣତାନ୍ତ୍ରିକ ଉପାୟରେ ପାରିତ ହୋଇଥିବା କୃଷି ବିଧେୟକ ଯାହାକି ଏବେ କୃଷି ଆଇନରେ ପରିଣତ ହୋଇଛି ।
୨୫ଶହ ଟଙ୍କାରୁ କମ ମୂଲ୍ୟରେ ଯିଏ ଧାନ କିଣିବ ତାକୁ ଜେଲଦଣ୍ଡାଦେଶ ସହ ଅର୍ଥ ଦଣ୍ଡାଦେଶରେ ଦଣ୍ଡିତ କରାଯିବ ବୋଲି ଆଇନ ଆଣିବେ କି ସରକାର ବୋଲି ପ୍ରଶ୍ନ କରିଛନ୍ତି ନିରଞ୍ଜନ। ତେବେ ଆମେ ଜାଣିବୁ ରାଜ୍ୟ ସରକାରଙ୍କର ପ୍ରକୃତରେ ଚାଷୀ ଓ ଶ୍ରମିକଙ୍କ ପ୍ରତି ଦରଦ ଅଛି, ଯଦି ନୁହେଁ ତେବେ କୁମ୍ଭୀର କାନ୍ଦଣା କାନ୍ଦି ରାଜ୍ୟବାସୀଙ୍କୁ କାହିଁକି ଧୋକା ଦେଉଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭର ସହିତ ପ୍ରକାଶ କରିଛନ୍ତି ।