ଅଜଣା ଶବ ପୋତିବାକୁ ଆସି ଅଟକ ରହିଲା ପୁଲିସ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ମଲ୍ଲୀପଶି ଗ୍ରାମରେ ଶନିବାର ଅପରାହ୍ଣରେ  ଉତ୍ତେଜନାମୂଳକ ପରିସ୍ଥିତି ଦେଖିବାକୁ ମିଳିଥିଲା। ଏକ ଅଚିହ୍ନା ଶବକୁ ମଲ୍ଲୀପଶି ଗ୍ରାମ ନିକଟ କାଶିଆ ଜଙ୍ଗଲରେ ଘଟଗାଁ ପୁଲିସ ପୋତୁଥିବାବେଳେ ଗ୍ରାମବାସୀ ଏହାକୁ ବିରୋଧ କରିବା ସହ ପୁଲିସକୁ ଅଟକ ରଖିଛନ୍ତି। ସୂଚନା ମୁତାବକ, ଏକ ଅଚିହ୍ନା ଶବକୁ ଘଟଗାଁ ପୁଲିସ କାଶିଆ ଜଙ୍ଗଲରେ ଜେସିବି ସାହାଯ୍ୟରେ ଗାତ ଖୋଳି ପୋତୁଥିଲା। ବର୍ତ୍ତମାନ କରୋନା ମହାମାରୀ ଚାଲିଥିବା ବେଳେ ଗ୍ରାମବାସୀ ଅଚିହ୍ନା ଶବକୁ ଦେଖି ସଂକ୍ରମିତ ଭୟ ରେ ପୁଲିସକୁ ଅଟକ ରଖି ଅଞ୍ଚଳକୁ ସାନିଟାଇଜ ଦାବିରେ ଅଡି ବସିଛନ୍ତି।  ପୁଲିସ ଘଟଣାସ୍ଥଳରୁ ଶବ ଉଠାଇ ନେଇଥିବା ବେଳେ ଉତ୍ୟକ୍ତ ଲୋକେ ପୁଲିସକୁ ଅଟକ ରଖିଛନ୍ତି। ତେବେ ପୋତା ଯାଉଥିବା ଶବ ଏକ ଅଚିହ୍ନା ବ୍ୟକ୍ତିଙ୍କ ହୋଇଥିବା ବେଳେ ଦୁଇଦିନ ତଳେ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।