ପିକ୍ ରେ ରହିଛ ଭୁବନେଶ୍ୱରର କରୋନା ସ୍ଥିତି: ବିଏମସି କମିଶନର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ କରୋନା ସ୍ଥିତି ନେଇ ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀ ପ୍ରେସମିଟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଗତ ମାସରେ ଭୁବନେଶ୍ୱରରେ ସେରୋଲୋଜିକାଲ ସର୍ଭେ କରାଯାଇଥିଲା। ସର୍ଭେ ଅନୁସାରେ ବହୁତ ଅଳ୍ପ ଲୋକଙ୍କ ଦେହରେ ଆଣ୍ଟିବଡ଼ି ରହିଛି। ସ୍ୱଳ୍ପ ଆଣ୍ଟିବଡ଼ି ଆଧାରରେ ଆମର ସଂକ୍ରମଣ ନିୟନ୍ତ୍ରଣାଧୀନ ରହିଛି। ଅନ୍ୟ ସହର ତୁଳନାରେ ଭୁବନେଶ୍ୱର କମ ପ୍ରଭାବିତ ରହିଛି। ଏବେ ଭୁବନେଶ୍ୱରରେ ଏକ ପ୍ରକାର ପିକ୍ ରେ ରହିଛି। ରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଆମକୁ ଅତି କମରେ ଆଉ ମାସଟିଏ ସୁରକ୍ଷିତ ରଖିବାକୁ ପଡ଼ିବ।
ଭୁବନେଶ୍ୱର ମହାନଗର ଅଞ୍ଚଳରେ ୪୦% ବେଡ୍ ଖାଲି ପଡ଼ିଛି। ଚିକିତ୍ସା ସୁବିଧା ଦେଖିଲେ ଆମେ ଭଲ ସ୍ଥିତିରେ ରହିଛୁ।