କରୋନା ସଚେତନତା ଓ ମାକ୍ସ ବଣ୍ଟନ

ପାଟଣା, ଏନ୍ଏନ୍ଏସ୍: ସାହାରପଡା ବିଜେଡି ପକ୍ଷରୁ ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କ ନିର୍ଦ୍ଦେଶ କ୍ରମେ ବିଜେଡିର ବରିଷ୍ଠ କର୍ମକର୍ତ୍ତା ସାହାରପଡା ବ୍ଲକ ସିଲିପଦା ପଞ୍ଚୟତର ଦଳେଇପଶି ଗ୍ରାମରେ ମାକ୍ସ ବଣ୍ଟନ କରି ଲୋକମାନଙ୍କୁ କରୋନା ବିଷୟରେ ସଚେତନ କରିଥିଲେ। କାର୍ଯ୍ୟକ୍ରମରେ ବ୍ଲକ ବିଜେଡି ସଭାପତି ଗୋବିନ୍ଦ ମହାନ୍ତ, ବରିଷ୍ଠ କର୍ମୀ ମିତ୍ରଭାନୁ ମହାନ୍ତ, କୃଷ୍ଣଚନ୍ଦ୍ର ମହାପାତ୍ର, ସାହାରପଡା ବ୍ଲକ ଉପାଧ୍ୟକ୍ଷା କିରଣବାଳା ସିଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲ୍ଲୀପ କୁମାର ସାହୁ, କପୁଣ୍ଡି ସରପଞ୍ଚ ବିଜୟ ପାଇଦା ସମେତ ବରିଷ୍ଠ କର୍ମୀ ଯୋଗଦେଇ ଥିଲେ।