ଲାଇନଚ୍ୟୁତ ହେଲା ଇଞ୍ଜିନ

ପୁରୀ, ଏନ୍ଏନ୍ଏସ୍: ଖାଲିବଗି ଥିବା ଏକ ଇଞ୍ଜିନ ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି। ପୁରୀ ଜିଲ୍ଲା ଚନ୍ଦନପୁର-ତୁଳସୀଚଉରା ମଝିରେ ଖାଲି ବଗି ନେଇ ଯାଉଥିବାବେଳେ ଟ୍ରେନର ଏକ ଇଞ୍ଜିନ ଲାଇନଚ୍ୟୁତ ହୋଇଛି। ଏହି ଟ୍ରେନଟି ଖୋର୍ଦ୍ଧା ରୋଡରୁ ଆସୁଥିଲା।ସୋମବାର ପ୍ରାୟ ରାତିରେ ଏହି ଘଟଣା ଘଟିଛି। ଏହି ଖାଲି ବଗିରେ ଏମଟି ରାକ୍ ଗୁଡ଼ିକ ଆସୁଥିଲା, ଯାହା ବିଭିନ୍ନ ଟ୍ରେନ୍ ସହ ଯୋଡ଼ା ହୋଇ ଯାଇଥାଏ।