କୀଟନାଶକ ପିଇ ଯୁବକଙ୍କ ଆତ୍ମହତ୍ୟା

ରାଇଘର, ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ କଚରାପାରା ପଞ୍ଚାୟତ କଚରପାରା (୨) ଗ୍ରାମର ଜଣେ ବିବାହିତ ଯୁବକ ଗତକାଲି ରାତିରେ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ କଚରପାରା (୨) ଗ୍ରାମର ନାରୟଣ ପାଣ୍ଡେଙ୍କ ପୁଅ କମ୍ଲେଶ ପାଣ୍ଡେ (୨୮) ଗତକାଲି ରାତିରେ ଘରେ ଥିବା କୀଟନାଶକ ପିଇ ଦେଇଥିଲେ। ପରିବାର ଲୋକେ ଏହା ଜାଣିବା ପରେ ତାକୁ ରାଇଘର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ଆଣିଥିଲେ। ରାତିରେ ଚିକିତ୍ସାଧିନ ଅବସ୍ଥାରେ କମ୍ଲେଶଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ପରିବାର ଲୋକେ ରାଇଘର ଥାନାକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା। ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।