ସ୍ୱର୍ଣ୍ଣ ଜିତିଲେ ପାରୁଲ ଚୌଧୁରୀ

ନୂଆଦିଲ୍ଲୀ: ଭାରତୀୟ ଆଥଲେଟ ପାରୁଲ ଚୌଧୁରୀ ୫ ହଜାର ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ପାରୁଲ ଦୌଡ଼ର ଶେଷ ଚରଣରେ ଜାପାନର ରିରିକା ହିରୋନକାଙ୍କୁ ପଛରେ ପକାଇ ଦେଇଥିଲେ । ସେହିପରି ପୁରୁଷ ୮୦୦ ମିଟର ଦୌଡ଼ରେ ମହମ୍ମଦ ଅପସଲଙ୍କୁ ରୌପ୍ୟ ପଦକ ମିଳିଛି ।

ସୂଚନାଯୋଗ୍ୟ, ଏସିଆନ ଗେମ୍ସ ୨୦୨୩ରେ ଭାରତ ବର୍ତ୍ତମାନ ସୁଦ୍ଧା ୬୫ ପଦକ ଜିତିଛି । ସେଥିମଧ୍ୟରୁ ୧୪ଟି ସ୍ୱର୍ଣ୍ଣ ପଦକ ସାମିଲ ରହିଛି ।