ଶ୍ରଦ୍ଧା କିଏ ବୋଲି ସ୍ପଷ୍ଟ କଲେ ନବୀନ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ବିରୋଧୀଙ୍କ ତୁମ୍ବିତୋଫାନ ମଧ୍ୟରେ ଶ୍ରଦ୍ଧା କିଏ ବୋଲି ବିଧାନସଭାରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି ଯେ, ଶ୍ରଦ୍ଧା ହେଉଛନ୍ତି ମୋ ଫିଜିଓ ଥେରାପିଷ୍ଟ । ମୋ ଫିଜିକାଲ ଫିଟନେସ୍ ପାଇଁ ଭଉଣୀ ଗୀତା ମେହେଟ୍ଟା ଶ୍ରଦ୍ଧାଙ୍କୁ ପଠାଇ ଥିଲେ । ତାଙ୍କୁ କୌଣସି ସରକାରୀ କ୍ୱାଟର ଦିଆଯାଇ ନାହିଁ । ସରକାରଙ୍କ ପକ୍ଷରୁ ତାଙ୍କୁ କୌଣସି ଟ୍ରାଭେଲ ବିଲ ମଧ୍ୟ ଦିଆଯାଇନି ।