ପନ୍ତଙ୍କୁ ଜୋରିମାନା

ନୂଆଦିଲ୍ଲୀ,ଏଜେନ୍ସି: ଚଳିତ ଆଇପିଏଲ୍‌ରେ ଗୁରୁବାର ଲକ୍ଷ୍ନୌ ସୁପର୍ ସୁପର୍ ଜାଏଣ୍ଟ୍‌ସଠାରୁ ଦିଲ୍ଲୀ କ୍ୟାପିଟାଲ୍ସ ପରାସ୍ତ ହୋଇଛି। ତେବେ ଏହି ପରାଜୟ ସହ ଦଳର ଅଧିନାୟକ ଋଷଭ ପନ୍ତ୍‌ଙ୍କୁ ଡବଲ୍ ଝଟ୍‌କା ଲାଗିଛି। ଗୋଟିଏ ପଟେ ଦଳ ମ୍ୟାଚ୍‌ରେ ପରାସ୍ତ ହୋଇଥିବା ବେଳେ ଅନ୍ୟ ପଟେ ତାଙ୍କ ଉପରେ ଜୋରିମାନା ଲଗାଯାଇଛି। ତାଙ୍କ ଟିମ୍‌ର ବୋଲରମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ୨୦ ଓଭର୍ ବୋଲିଂ କରିବାରେ ବିଫଳ ହୋଇଥିବାରୁ ତାଙ୍କ ମ୍ୟାଚ୍ ଫି’ରୁ ୧୨ ଲକ୍ଷ ଟଙ୍କା କଟାଯାଇଛି। ଆଇପିଏଲ୍ ଆଚରଣ ସଂହିତାରେ ଏହା ସଂସ୍କରଣରେ ଦଳର ପ୍ରଥମ ଭୁଲ୍ ହୋଇଥିବାରୁ ପନ୍ତ୍‌ଙ୍କ ଉପରେ ଏହି ଜୋରିମାନା କରାଯାଇଥିବା ଆଇପିଏଲ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।