ଆଇପିଏଲ୍‌: ତେୱତିଆଙ୍କ ଧମାକା, ଶେଷ ୨ ବଲ୍‌ରେ ଲଗାତାର ଛକା ମାରି ଗୁଜରାଟକୁ ଜିତାଇଲେ

ମୁମ୍ବାଇ,ଏଜେନ୍ସି: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୨ର ୧୬ତମ ମ୍ୟାଚରେ ଗୁଜରାଟ୍‌ ଟାଇଟନ୍ସ ଶୁକ୍ରବାର ୬ ୱିକେଟ୍‌ରେ ପଂଜାବ କିଙ୍ଗ୍‌ସକୁ ପରାସ୍ତ କରିଛି। ଗୁଜରାଟ୍‌ର ବିଜୟରେ ହିରୋ ସାଜିଛନ୍ତି ରାହୁଲ ତେୱତିଆ। ସେ ଶେଷ ୨ଟି ବଲ୍‌ରେ କ୍ରମାଗତ ୨ଟି ଛକା ମାରି ଗୁଜରାଟ୍‌କୁ ବିଜୟୀ କରାଇଛନ୍ତି। ମୁମ୍ବାଇର ବ୍ରାବୋନ୍‌ ଷ୍ଟାଡିୟମ୍‌ରେ ପଂଜାବ୍‌ ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ୨୦ ଓଭରରେ ୯ଟି ୱିକେଟ ହରାଇ ୧୮୯ ରନ୍‌ କରିଥିଲା। ଫଳରେ ଗୁଜରାଟକୁ ୧୯୦ ରନ୍‌ ବିଜୟ ଲକ୍ଷ୍ୟ ମିଳିଥିଲା।

ଗୁଜୁରାଟ ଆରମ୍ଭରୁ ସେତେ ଭଲ ପ୍ରଦର୍ଶନ କରି ନଥିଲା। ୪ର୍ଥ ଓଭରରେ ମ୍ୟାଥ୍ୟୁ ୱାଡେ (୬ ରନ୍‌) ଆଉଟ ହୋଇଥିଲେ। ଏହା ପରେ ଶୁଭମନ ଗିଲ ଓ ସାଈ ସୁଦର୍ଶନ ୧ ରନ୍‌ର ଭାଗିଦାରୀ ହୋଇପାରିଥିଲେ। ଗିଲ୍‌ ୫୯ ରନ୍‌ର ଇନିଂସ ଖେଳିଥିଲେ। ଏଥିରେ ୧୧ଟି ଚୌକା ଏବଂ ଗୋଟିଏ ଛକା ସାମିଲ ଥିଲା। ସାଈ ସୁଦର୍ଶନ ୩୦ଟି ବଲ୍‌ ଖେଳି ୩୫ ରନ୍‌ ଯୋଗଦାନ ଦେଇଥିଲେ। ଓଡିୟନ୍‌ ସ୍ମିଥ ଦ୍ବାରା ଫିଙ୍ଗା ଯାଇଥିବା ମ୍ୟାଚ୍‌ର ଶେଷ ଓଭରରେ ଗୁଜରାଟ ୧୯ ରନ୍‌ ସଂଗ୍ରହ କରିଥିଲା।