Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଏଫ୍‌ଆଇଏଚ୍ ମହିଳା ହକି ପ୍ରୋ ଲିଗ୍‌: ନେଦରଲାଣ୍ଡ୍‌ସକୁ ୨-୧ରେ ହରାଇଲା ଭାରତ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଏଫ୍‌ଆଇଏଚ୍ ମହିଳା ହକି ପ୍ରୋ ଲିଗ୍‌: ନେଦରଲାଣ୍ଡ୍‌ସକୁ ୨-୧ରେ ହରାଇଲା ଭାରତ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଚଳିତ ଏଫ୍‌ଆଇଏଚ୍ ହକି ପ୍ରୋ ଲିଗ୍‌ରେ ଶୁକ୍ରବାର ଭାରତୀୟ ମହିଳା ଦଳ ନେଦରଲାଣ୍ଡ୍‌ସକୁ ୨-୧ ଗୋଲ୍‌ରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଭାରତକୁ ନେଦରଲାଣ୍ଡ୍‌ସର ଅନଭିଜ୍ଞ ଖେଳାଳିମାନେ ଟକ୍କର ଦେଇଥିଲେ ହେଁ ଶେଷରେ ଭାରତ ୩ ପଏଣ୍ଟ୍ ହାସଲ କରିଛି। ଭାରତ ପକ୍ଷରୁ ଦୁଇଟିଯାକ ଗୋଲ୍ ପେନାଲ୍‌ଟି କର୍ଣ୍ଣର୍‌ରୁ ହୋଇଥିବା ବେଳେ ନେହା ଓ ସୋନିକା ଗୋଲ୍ ଦେଇଥିଲେ। ସେହିପରି ନେଦରଲାଣ୍ଡ୍‌ସ ପକ୍ଷରୁ ଏକମାତ୍ର ଗୋଲ୍‌ଟି ୟିବି ଜାନସନ୍ ଦେଇଥିଲେ, ଯାହାକି ପେନାଲ୍‌ଟି ଷ୍ଟ୍ରୋକ୍‌ରୁ ହୋଇଥିଲା।

ମ୍ୟାଚ୍‌ର ପ୍ରଥମ କ୍ୱାର୍ଟର୍‌ରେ ଅଧିକାଂଶ ସମୟ ବଲ୍ ନେଦରଲାଣ୍ଡ୍‌ସ ଖେଳାଳିଙ୍କ ପାଖରେ ରହିଥିଲେ ହେଁ ଭାରତ ଅଗ୍ରଣୀ ହାସଲ କରିଥିଲା । ଦଶମ ମିନିଟ୍‌ରେ ଭାରତକୁ ମିଳିଥିବା ପେନାଲ୍‌ଟି କର୍ଣ୍ଣର୍‌ରୁ ନେହା ଏହି ଗୋଲ୍‌ଟି ସ୍କୋର୍ କରିଥିଲେ । ସେ ନବନୀତଙ୍କ ପାସ୍‌କୁ ସିଧାସଳଖ ଗୋଲ୍‌ପୋଷ୍ଟ୍ ଭିତରେ ପ୍ରବେଶ କରାଇବାରେ ସକ୍ଷମ ହୋଇଥିଲେ । ଭାରତ ଏହି ଅଗ୍ରଣୀ ସହ ଦ୍ୱିତୀୟ କ୍ୱାର୍ଟର୍‌ରେ ପ୍ରବେଶ କରିଥିଲା । ଏହି ୧୫ ମିନିଟ୍ ଖେଳରେ ଭାରତକୁ ମିଳିଥିବା ପ୍ରଥମ ପେନାଲ୍‌ଟି କର୍ଣ୍ଣର୍‌ରୁ କୌଣସି ଗୋଲ୍ ହୋଇ ନ ଥିଲେ ମଧ୍ୟ ପରବର୍ତ୍ତୀ ପେନାଲ୍‌ଟି କର୍ଣ୍ଣର୍‌ରୁ ସୋନିଆ ଦ୍ୱିତୀୟ ଗୋଲ୍ ସ୍କୋର୍ କରିଥିଲେ । ଏଥିସହ ଗତ ୨୦୧୬ ରିଓ ଅଲିମ୍ପିକ୍ସ ଫାଇନାଲ୍ ପରେ ପ୍ରଥମ ଥର ପାଇଁ ନେଦରଲାଣ୍ଡ୍‌ସ କୌଣସି ମ୍ୟାଚ୍‌ରେ ୦-୨ରେ ପଛୁଆ ରହିଥିଲା । ଏହି କ୍ୱାର୍ଟର୍‌ରେ ନେଦରଲାଣ୍ଡ୍‌ସକୁ ମିଳିଥିବା ମ୍ୟାଚ୍‌ର ପଞ୍ଚମ ପେନାଲ୍‌ଟି କର୍ଣ୍ଣର୍‌କୁ ଜାନସନ୍ ଗୋଲ୍‌ରେ ପରିଣତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେଥିରେ ଫଳବତୀ ହୋଇ ନ ଥିଲେ ।

ଫଳସ୍ୱରୂପ ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ଭାରତ ୨-୦ରେ ଆଗୁଆ ରହିଥିଲା । ଦ୍ୱିତୀୟାର୍ଦ୍ଧରେ ୩୯ତମ ମିନିଟ୍‌ରେ ନେଦରଲାଣ୍ଡ୍‌ସକୁ ଆଉ ଏକ ପେନାଲ୍‌ଟି କର୍ଣ୍ଣର୍ ମିଳିଥିଲା । ଅବଶ୍ୟ ଏହାକୁ ଭାରତୀୟ ଗୋଲ୍‌କିପର୍ ତଥା ଅଧିନାୟିକା ସବିତା ବଞ୍ଚାଇ ଦେଇଥିଲେ । କିନ୍ତୁ ବଲ୍‌ଟି ମୋନିକାଙ୍କ ମୁଣ୍ଡରେ ବାଜିବା ଫଳରେ ରେଫରି ପେନାଲ୍‌ଟି ଷ୍ଟ୍ରୋକ୍ ଦେଇଥିଲେ । ଏଥିରୁ ଗୋଲ୍ କରି ଜାନସନ୍ ବ୍ୟବଧାନକୁ ୧-୨କୁ ହ୍ରାସ କରିଥିଲେ । ଶେଷ କ୍ୱାର୍ଟର୍‌ରେ ସ୍ଥିତିକୁ ବରାବର କରିବା ସକାଶେ ନେଦରଲାଣ୍ଡ୍‌ସ ପାଖରେ ପେନାଲ୍‌ଟି କର୍ଣ୍ଣର୍ ମାଧ୍ୟମରେ ସୁଯୋଗ ଉପୁଜିଥିଲା । କିନ୍ତୁ ଏଥର ବି ସବିତାଙ୍କ ପଲା ଭାରୀ ରହିଥିଲା ।

ଏହାପରେ ଆଉ କୌଣସି ଗୋଲ୍ ନ ହେବାରୁ ଶେଷରେ ଭାରତ ନେଦରଲାଣ୍ଡ୍‌ସ ବିପକ୍ଷରେ ପ୍ରଥମ ବିଜୟ ହାସଲ କରିବା ସହ ୧୫ ପଏଣ୍ଟ୍ ସହ ଟେବଲ୍‌ରେ ଚତୁର୍ଥରୁ ଦ୍ୱିତୀୟକୁ ଉନ୍ନୀତ ହୋଇଛି । ମ୍ୟାଚ୍‌ରେ ଅତିଥି ଭାବେ ଭୁବନେଶ୍ୱର-କଟକ ପୁଲିସ୍ କମିଶନର୍ ଏସ୍‌କେ ପ୍ରିୟଦର୍ଶୀ ଯୋଗ ଦେଇଥିଲେ । ଷ୍ଟାଡିୟମ୍‌ରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍କୁଲ୍‌ର ପ୍ରାୟ ୩ ଶହ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମ୍ୟାଚ୍ ଉପଭୋଗ କରିଥିଲେ ।