ପାକିସ୍ତାନୀ ଖେଳାଳିଙ୍କୁ ଭାରତରେ ଜୋରଦାର ସ୍ୱାଗତ

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ ଟିମକୁ ଭାରତର ଭିସା ମିଳିବା ପରେ ସେପ୍ଟେମ୍ବର ୨୭ରେ ସେମାନେ ହାଇଦ୍ରାବାଦ ପହଞ୍ଚିଛନ୍ତି । ସେଠାରେ ତାଙ୍କର ଜୋରଦାର ସ୍ୱାଗତ କରାଯାଇଛି । ଅଧିନାୟକ ବାବର ଆଜମ ଓ ଅନ୍ୟ ଖେଳାଳି ଏହି ସ୍ୱାଗତରୁ ଖୁବ୍ ଖୁସି ନଜର ଆସିଥିଲେ । ଅନେକ ପାକିସ୍ତାନୀ ଖେଳାଳି ଏହି ସ୍ୱାଗତକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ଖୁସି ବ୍ୟକ୍ତ କରିଥିଲେ ।

ଭାରତରେ ଅକ୍ଟୋବର ୫ରୁ ୱାର୍ଲ୍ଡକପର ଶୁଭାରମ୍ଭ ହେବ । ଏହାପୂର୍ବରୁ ପାକିସ୍ତାନୀ ଟିମକୁ ୨ଟି ଅଭ୍ୟାସ ମ୍ୟାଚ ଖେଳିବାର ସୁଯୋଗ ମିଳିବ । ଇତିମଧ୍ୟରେ ହାଇଦ୍ରାବାଦରେ ପାକିସ୍ତାନୀ ଟିମର ଖାଦ୍ୟର ସମ୍ପୂର୍ଣ୍ଣ ମେନ୍ୟୁ ମଧ୍ୟ ସାମ୍ନାକୁ ଆସିଛି ।

ପିଟିଆଇ ଖବର ଅନୁସାରେ, ପାକିସ୍ତାନ ଟିମର ଖେଳାଳିଙ୍କ ଖାଦ୍ୟରେ ପ୍ରୋଟିନକୁ ଧ୍ୟାନରେ ରଖି ଗ୍ରୀଲ୍ଡ ଲେମ୍ବ ଚପ, ମଟନ କରି ଓ ବଟର ଚିକେନ ସାମିଲ ରହିଛି । ପାକ ଖେଳାଳିଙ୍କୁ ଶ୍ୱେତସାର ପାଇଁ ଷ୍ଟାଡିୟମରେ ମହଜୁଦ ଥିବା ବାସୁମତୀ ଚାଉଳ, ସେପେଗେଟୀ ବୋଲୋଗନିସ ସସ୍ ଓ ଭେଜିଟରିଆନ ପୁଲାଓ ସାମିଲ କରାଯାଇଛି । ପାକ ଟିମ୍ ପାଖାପାଖି ୨ ସପ୍ତାହ ହାଇଦ୍ରାବାଦରେ ରହିବ । ଏହି ସମୟରେ ତାଙ୍କୁ ହାଇଦ୍ରାବାଦର ସୁପ୍ରସିଦ୍ଧ ବିରିୟାନୀ ମଧ୍ୟ ଚାଖିବାର ସୁଯୋଗ ମିଳିବ ।