କେନ୍ଦୁଗୁଡ଼ା ଆଶ୍ରମ ବିଦ୍ୟାଳୟରେ ‘ସୁରଭି’ କାର୍ଯ୍ୟକ୍ରମ

ରାମନାଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ ଅନ୍ତର୍ଗତ ଭାମିନି ପଞ୍ଚାୟତର ଆଶ୍ରମ ବିଦ୍ୟାଳୟ କେନ୍ଦୁଗୁଡ଼ାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ‘ସୁରଭି ୨୦୨୩’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଲିମାପଦର ପ୍ରଧାନଶିକ୍ଷକ ପ୍ରସନ୍ନ କୁମାର ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଭୈରବ ପ୍ରସାଦ ରଥ, ସଭାପତି ଭାବେ ସଙ୍ଗୀତଜ୍ଞ ମନୋଜ ଜେନା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମାଗତା ଶବର, ୱାର୍ଡ ମେମ୍ବର ଶ୍ୟାମ ସୁନ୍ଦର ଶବର ଓ ବିଦ୍ୟାଳୟ ପରିଚାଳନା କମିଟି ଉପସଭାପତି ଚକାମନ ଶବର ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ । ଅତିଥିମାନେ ନିଜ ବକ୍ତବ୍ୟରେ ଶିଶୁ ଅନ୍ତର୍ନିହିତ ଗୁଣ ପରିପ୍ରକାଶ ଏକ ମାଧ୍ୟମ ‘ସୁରଭି’ ବୋଲି କହିଥିଲେ । ଭାମିନୀ କ୍ଲଷ୍ଟରର ୧୪ଟିି ବିଦ୍ୟାଳୟରୁ ପ୍ରାୟ ୭୦ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଦିନ ତମାମ ବିଭିନ୍ନ ପ୍ରତିଯୋଗିତା ଯଥା ଚିତ୍ର, ବକୃତା, ଭାଷଣ, ସଂଗୀତ, ସୃଜନଶୀଳ ଲିଖନ ଓ ଚିତ୍ରକଳା ଇତ୍ୟାଦି ଅନୁଷ୍ଠିତ ହୋଇଥିଲା । ଅପରାହ୍ନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ବିଜେତା ପ୍ରତିଯୋଗୀଙ୍କୁ ମଞ୍ଜାସୀନ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ପ୍ରଧାନଶିକ୍ଷକ ଦିଲ୍ଲୀପ କୁମାର ଚୌଧୁରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ତପନ କୁମାର ଓ ସୁନା ମୁଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଅରବିନ୍ଦ ତ୍ରିପାଠୀ, ତାରାକାଶ୍ୱର ରାଓ, ଶିକ୍ଷୟତୀ ପ୍ରଜ୍ଞା ପରିମିତା ଦେବୀ, ସନ୍ତୋଷୀ ସାହୁ, ଦିପ୍ତି ରାଣୀ ପଣ୍ଡା, ପୁଷ୍ପାଞ୍ଜଳୀ ପରିଡ଼ା, ମିତାଲୀ ସାହୁ, ଗୀତା ଶବର ଓ ସୌଦାମିନି ଗମାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ । ବିଦ୍ୟାଳୟର ଶିକ୍ଷକ ଗଣେଶ ଶବର, ରାଜେନ୍ଦ୍ର ବେହେରା, ଶିକ୍ଷୟିତ୍ରୀ କୁନି ଦାସ, ମଧୁମିତା ଗମାଙ୍ଗ ଓ ସସ୍ମିତା ଶବର ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ସୁରୁଖୁରୁରେ ସମାପନ ହୋଇଥିବାରୁ ପ୍ରଧାନଶିକ୍ଷକଙ୍କୁ ମଞ୍ଚାସୀନ ଅତିଥିମାନେ ଭୂୟସୀ ପ୍ରଶଂସା କରିଥିଲେ । ଶେଷରେ ପ୍ରଧାନଶିକ୍ଷକ ଧନ୍ୟବାଦ ଦେଇଥିଲେ ।