ଇତିହାସ ରଚିଲେ ବାବର ଆଜମ, ବିରାଟ କୋହଲିଙ୍କ ଏହି ରେକର୍ଡ ସହ ହେଲେ ସମକକ୍ଷ

ଲାହୋର,ଏଜେନ୍ସି: ପାକିସ୍ତାନୀ କ୍ରିକେଟର ବାବର ଆଜମ ପୁଣି ଥରେ ଇତିହାସ ରଚିଛନ୍ତି । ଅଧିନାୟକ ବାବର ଆଜମ ଇତିହାସ ରଚିବା ସହିତ ଏକ ବଡ଼ରେକର୍ଡ ସହିତ ସମକକ୍ଷ ହୋଇପାରିଛନ୍ତି । ବାବର ଯେଉଁ ରେକର୍ଡ କରିଛନ୍ତି, ପୂର୍ବରୁ କୌଣସି ପାକିସ୍ତାନୀ ଖେଳାଳି କରିପାରି ନ ଥିଲେ । ଅସଲ କଥା ହେଲା ଯେ ବାବର ଆଜମ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ କ୍ଲବରେ ସାମିଲ ହୋଇପାରିଛନ୍ତି । ସେ ନିଜର ଟି୨୦ ଅନ୍ତର୍ଜାତୀୟ କ୍ୟାରିୟରରେ ୩ହଜାର ରନ୍ ପୂରଣ କରିଛନ୍ତି । ଏହିଭଳି ଭାବେ ୩୦୦୦ ରନ୍ ପୂରଣ କରିବାରେ ବାବର ପାକିସ୍ତାନର ପ୍ରଥମ ଖେଳାଳି ହୋଇପାରିଛନ୍ତି ।

ବାବର ଆଜମ ଟି୨୦ ଅନ୍ତର୍ଜାତୀୟରେ ନିଜର ୮୧ତମ ମ୍ୟାଚରେ ୩ହଜାର ରନ୍ ପୂରଣ କରିଛନ୍‌ତି । ସେହିଭଳି ସେ ଏହି ଫର୍ମାଟରେ ସବୁଠାରୁ ଦ୍ରୁତତମ ୩ ହଜାର ରନ୍ ପୂରଣ କରିବା ମାମଲାରେ ବିରାଟ କୋହଲିଙ୍କ ସମକକ୍ଷ ହୋଇପାରିଛନ୍ତି । କୋହଲି ମଧ୍ୟ ୮୧ଟି ପାଳିରେ ଏହି ଉପଲବ୍ଧି ହାସଲ କରିଥିଲେ । ଦ୍ୱିତୀୟ ସ୍ଥାନରେ ନ୍ୟୁଜିଲାଣ୍ଡର ମାର୍ଟିନ ଗୁପଟିଲ ଅଛନ୍ତି, ଯିଏକି ୧୦୧ ପାଳିରେ ଏହି କୀର୍ତ୍ତିମାନ ହାସଲ କରିଥିଲେ ।

ଦ୍ରୁତଗତିରେ ୩୦୦୦ ରନ୍‌

-ବିରାଟ କୋହଲି: ୮୧ଟି ପାଳି

-ବାବର ଆଜମ: ୮୧ଟି ପାଳି

-ମାର୍ଟିନ ଗୁପଟିଲ: ୧୦୧ ପାଳି

-ରୋହିତ ଶର୍ମା: ୧୦୮ ପାଳି

-ପଲ ଷ୍ଟର୍ଲିଙ୍ଗ: ୧୧୩ ପାଳି

ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଟି-୨୦ ମୁକାବିଲାରରେ ବାବର ଆଜମ ୩୦୦୦ ରନ୍ ପୂରଣ କରିଛନ୍ତି । ସେ ଘରୋଇ ଟିମ୍‌ର ଆୟୋଜନରେ ୭ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ୬ଷ୍ଠ ମ୍ୟାଚରେ ଏହି ଅଭିଜ୍ଞତା ହାସଲ କରିଛନ୍ତି । ଏହି ଶୃଙ୍ଖଳା ଏବେ ୩-୩ରେ ରହିଛି । ୬ଷ୍ଠ ମ୍ୟାଚରେ ଶୁକ୍ରବାର ଇଂଲଣ୍ଡ ୮ ୱିକେଟରେ ବିଜୟୀ ହୋଇଛି ।