ୟୁଏନ୍‌ଏସ୍‌ସିରେ ରୁଷିଆ ବିରୋଧରେ ଆମେରିକା ଆଣିଲା ପ୍ରସ୍ତାବ, ଭାରତ-ଚୀନ ସମେତ ଏହି ୪ ଦେଶ ନିରବ

ନୂଆଦିଲ୍ଲୀ,ଏଜେନ୍ସି: ବିଶ୍ୱବାସୀଙ୍କୁ ଅବଗତ ନ କରାଇ, ରୁଷିଆର ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ୟୁକ୍ରେନର କିଛି ଅଞ୍ଚଳକୁ ନିଜ ଦେଶରେ ସାମିଲ କରିଛନ୍ତି । ପୁଟିନ ଏହି ପଦକ୍ଷେପ ନେଇ ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ କରିଛନ୍ତି । ରୁଷିଆର ଏହି ପଦକ୍ଷେପରେ ଆମେରିକା, ବ୍ରିଟେନ ସହିତ ପାର୍ଶ୍ଚ୍ୟାତଦେଶ ଅସନ୍ତୋଷ ଦେଖାଯାଇଛନ୍ତି ।

ପୁଟିନଙ୍କ ନିଷ୍ପତ୍ତିରେ ଅମଙ୍ଗ ହୋଇ ଆମେରିକା ଓ ଅଲ୍ୱାନିଆ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ରୁଷିଆ ବିପକ୍ଷରେ ପ୍ରସ୍ତାବ ଆଣିଛନ୍ତି । ଏହି ପ୍ରସ୍ତାବକୁ ୧୦ଟି ଦେଶର ସମର୍ଥନ ମିଳିଛି । କିନ୍ତୁ ଭାରତ, ଚୀନ, ବ୍ରାଜିଲ ଓ ଗୈବନ ଏହି ପ୍ରସ୍ତାବ ନେଇ ନିରବ ଅଛନ୍ତି । ମାତ୍ର ଶେଷରେ ରୁଷିଆ ନିଜର ଭିଟୋ ପାୱାର ଦେଖାଇ ଏହି ପ୍ରସ୍ତାବକୁ ଖାରଜ କରିଦେଇଛି ।

ସୂଚନାଯୋଗ୍ୟ, ୟୁକ୍ରେନ ଓ ରୁଷିଆ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଗତ ଫେବ୍ରୁଆରି ୨୪ ତାରିଖରେ ଏହା ଆରମ୍ଭ ହୋଇଥିଲା । ଯୁଦ୍ଧ ଯୋଗୁଁ ଉଭୟ ୟୁକ୍ରେନ ଓ ରୁଷିଆର କ୍ଷତି ହୋଇଛି । ୟୁକ୍ରେନର ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ବିଦେଶୀ ନାଗରିକମାନେ ୟୁକ୍ରେନ ଛାଡ଼ି ପଳାଇଛନ୍ତି । ମିଶାଇଲ, ରକେଟ ଓ ବୋମାମାଡ଼ରେ ୟୁକ୍ରେନର ହଜାର ହଜାର କୋଟି ଟଙ୍କାର ସଂପତ୍ତି କ୍ଷତି ହୋଇଛି । ତେବେ ଏହି ଯୁଦ୍ଧ କାରଣରୁ ସମଗ୍ର ବିଶ୍ୱ ଆର୍ଥିକ କ୍ଷେତ୍ରରେ ପ୍ରଭାବିତ ହୋଇଛନ୍ତି ।