ଅହମ୍ମଦାବାଦରେ ଭାରତର ବୋଲିଂ ଆଗରେ ମୁଣ୍ଡ ନୁଆଁଇଲା ପାକିସ୍ତାନ

ଗୁଜରାଟ: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତୀୟ ବୋଲରଙ୍କ ଆଗରେ ପାକିସ୍ତାନୀ ବ୍ୟାଟ୍ସମ୍ୟାନଙ୍କୁ ସରେଣ୍ଡର କରିବାକୁ ପଡ଼ିଛି । ପାକିସ୍ତାନ ୪୨.୫ ଓଭରରେ ୧୯୧ ରନ୍ ହାସଲ କରିଛି । ପାକିସ୍ତାନ ତରଫରୁ ବାବର ଆଜମ ସର୍ବାଧିକ ୫୦ ରନ୍ ହାସଲ କରିଛନ୍ତି । ଅନ୍ୟପଟେ ରିଜୱାନ ୪୯ ରନର ପାଳି ଖେଳିଥିଲେ । ପାକିସ୍ତାନ ମାତ୍ର ୩୬ ରନ୍ ମଧ୍ୟରେ ୮ ୱିକେଟ ହରାଇଥିଲେ । ଭାରତ ପାଇଁ ଜସପ୍ରୀତ ବୁମରାହ, ମହମ୍ମଦ ସିରାଜ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ ଓ ମହମ୍ମଦ ସିରାଜ ୨ଟି ଲେଖାଏଁ ୱିକେଟ ହାସଲ କରିଛନ୍ତି ।

ଭାରତ ୫ ଓଭରରେ ୩୮ ରନ୍ ହାସଲ କରି ଗୋଟିଏ ୱିକେଟ ହରାଇଛି । ବର୍ତ୍ତମାନ କ୍ରିଜରେ ରୋହିତ ଶର୍ମା ଓ ବିରାଟ କୋହଲୀ ମହଜୁଦ ଅଛନ୍ତି ।