କେନ୍ଦ୍ରୀୟ ଅନୁଦାନରେ ୨ଟି ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କଲେ ସାଂସଦ ସଂଗୀତା ସିଂଦେଓ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପବିତ୍ର ମହାଳୟା ତିଥୀରେ ପାଟଣାଗଡ଼ ଉନ୍ନତି ପାଇଁ ବଲାଙ୍ଗିର ସାଂସଦ ସଂଗୀତା ସିଂଦେଓଙ୍କ ଅନୁରୋଧକ୍ରମେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକାରୀଙ୍କ ପ୍ରଚେଷ୍ଟାରେ କେନ୍ଦ୍ରୀୟ ସହାୟତା ଅନୁଦାନରେ ପାଟଣାଗଡ଼ର ୨ଟି ରାସ୍ତାର ପ୍ରଶସ୍ତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏହିକ୍ରମେ ପାଟଣାଗଡ଼ ପଦ୍ମପୁର ପାଇଁ ୪୯କୋଟି ୫୭ଲକ୍ଷ ୧୯ ହଜାର ଟଙ୍କା ଓ ପାଟଣାଗଡ଼ ଖପ୍ରାଖୋଲ ପାଇଁ ୫୪କୋଟି ୯୬ ଲକ୍ଷ ଟଙ୍କାରେ ନିର୍ମିତ ବ୍ୟୟ ଅଟକଳରେ ନୂତନ ରାସ୍ତା ନିର୍ମାଣ କରାଯିବ । ଏହି ୨ଟି ଉତ୍ସବରେ ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ଓ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଅର୍ଜୁନ ଚରଣ ବେହେରା କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅରୁଣ ପ୍ରକାଶ ଟେଟୋ କନିଷ୍ଠ ଯନ୍ତ୍ରୀ ଅମିତ ସାମଲ ଓ ଶତାଧିକ ବିଜେପି କର୍ମୀ ଯୋଗ ଦେଇଥିଲେ । ଏହି ୨ ରାସ୍ତା ହେବା ଫଳରେ ଲୋକଙ୍କ ପାଇଁ ଯାତାୟତରେ ସୁବିଧା ହୋଇପାରିବ ବୋଲି ସାଂସଦ କହିଛନ୍ତି ।

ସୂଚନାଯୋଗ୍ୟ, ଏହି ରାସ୍ତାକୁ ଲୁଚା ଛପା ଭାବେ ସ୍ଥାନୀୟ ବିଧାୟକ ଗତ ୭ ତାରିଖରେ କିଛି ଦଳୀୟ କର୍ମୀଙ୍କୁ ନେଇ ଭିତ୍ତପ୍ରସ୍ତର ସ୍ଥାପନ କରିଥିଲେ । ସେତେବେଳେ ବିଧାୟକଙ୍କୁ ଜନସାଧାରଣ ସମାଲୋଚନା କରିଥିଲେ । କାରଣ ସେହି ସମୟରେ କୌଣସି ସରକାରୀ କର୍ମଚାରୀ ଉପସ୍ଥିତ ନଥିଲେ । ସାଂସଦଙ୍କ ଏଭଳି ମହତ କାର୍ଯ୍ୟକୁ ଲୋକେ ପ୍ରଶଂସା କରିଛନ୍ତି।