ପାଟଣାଗଡ଼ରେ ମାଁ ସମଲେଇଙ୍କ ଧବଳମୁଖୀ ବେଶ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପବିତ୍ର ମହାଳୟା ଅବସରରେ ଐତିହାସିକ ପାଟଣାଗଡ଼ ତଥା ପାଟଣା ଷ୍ଟେଟର ଅଧିଷ୍ଠାତ୍ରୀ ଦେବୀ ମାଁ ପାଟଣେଶ୍ୱରୀ ଓ ସମଲେଶ୍ୱରୀ ମନ୍ଦିରରେ ଆଜି ସକାଳୁ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି । ଆଜି ମହାଳୟା ସହ ଆମାବାସ୍ୟା ପଡ଼ିଥିବାରୁ ମାଁଙ୍କ ଧବଳମୁଖୀ ବେଶ କରାଯାଇଥିଲା । ଏହି ବେଶ ଦେଖିବାକୁ ଆଖପାଖ ଅଞ୍ଚଳର ଶତାଧିକ ଭକ୍ତଙ୍କ ସୁଅ ଛୁଟିଥିଲା । ମାଁଙ୍କ ଏହି ବେଶ ଦେଖିଲେ ପୁଣ୍ୟ ମିଳିଥାଏ ଓ ଗଙ୍ଗା ଦର୍ଶନ ବୋଲି ଭକ୍ତମାନେ ପ୍ରକାଶ କରିଛନ୍ତି । ଏହି ବେଶ ବର୍ଷକୁ ଥରେ ହେଉଥିବାରୁ ଭକ୍ତଙ୍କ ମନରେ ପ୍ରବଳ ଉତ୍ସାହ ଦେଖାଦେଇଛି । ଏହାସହ ଆଜି ରାତିରେ ପଟଣାଗଡ଼ରେ ମାଁ ସମଲେଇଙ୍କ ପ୍ରସିଦ୍ଧ ଝାରବଏଲ ଯାତ୍ର ଅନୁଷ୍ଠିତ ହୋଇଥାଏ ।