ପାକିସ୍ତାନର ଲାହୋରରେ ବିସ୍ଫୋରଣ, ୩ ମୃତ

ନୂଆଦିଲ୍ଲୀ: ପାକିସ୍ତାନର ଲାହୋରସ୍ଥିତ ଅନାରକଲୀ ବଜାରରେ ଆଜି ଏକ ବିସ୍ଫୋରଣ ଘଟିଛି । ଫଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୦ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ମେୟୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଭାରି ସଂଖ୍ୟାରେ ପୁଲିସ ଫୋର୍ସ ମହଜୁଦ ରହିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଅନାରକଲୀ ବଜାରରେ ଏକ ମୋଟର ସାଇକେଲରେ ବିସ୍ଫୋରଣ ସାମଗ୍ରୀ ରଖାଯାଇଥିଲା । ବିସ୍ଫୋରଣ ଏତେ ଜୋରରେ ହୋଇଥିଲା କି ପାଖରେ ଥିବା ଘରର କାଚ ଭାଙ୍ଗି ଯାଇଛି ।