ମହାରାଷ୍ଟ୍ରରେ ଜାନୁଆରୀ ୨୪ରୁ ଖୋଲିବ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ

ମୁମ୍ବାଇ: ମହାରାଷ୍ଟ୍ରରେ ଜାନୁଆରୀ ୨୪ରୁ ପୁଣିଥରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବ । ସ୍କୁଲ ଖୋଲିବା ନେଇ ଉଦ୍ଧବ ଠାକରେ ସରକାର ଅନୁମତି ପ୍ରଦାନ କରିଛନ୍ତି । କିନ୍ତୁ କରୋନା ନିୟମ ପାଳନ କରି ସ୍କୁଲ ଖୋଲିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟ ଶିକ୍ଷାମନ୍ତ୍ରୀ ବର୍ଷା ଗାୟକବଡ଼ା କହିଛନ୍ତି ଯେ, କୋଭିଡ ନିୟମ ସହ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ଆମ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି । ସ୍କୁଲ ଖୋଲିବା ନେଇ କୋଭିଡ ଟାସ୍କ ଫୋର୍ସ ଓ ଅଭିଭାବକ ଲଗାତାର ଭାବେ ଦାବି କରୁଥିଲେ । ସେଥିପାଇଁ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ କୋଭିଡ ସ୍ଥିତିକୁ ପରଖି ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି ।