ପାହାଡି ମନ୍ଦିରର ବିକାଶ ଓ ସୁରକ୍ଷା ପାଇଁ ଦାବି

ଝାରସୁଗୁଡା,ଏନ୍ଏନ୍ଏସ୍: ଆଜି ପାହାଡେଶ୍ୱର ବିକାଶ ପରିଷଦ ପକ୍ଷରୁ ପାହାଡି ମନ୍ଦିରର ସୁରକ୍ଷା ତଥା ବିକାଶ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ବିକାଶ ପରିଷଦ ପକ୍ଷରୁ କୁହାଯାଇଛି ଯେ, ଝାରସୁଗୁଡା ସହରର ମଧ୍ୟଭାଗରେ ଅବସ୍ଥିତ ପାହାଡି ମନ୍ଦିର ଝାରସୁଗୁଡାବାସୀଙ୍କ ପାଇଁ ଏକ ପବିତ୍ର ସ୍ଥଳ। ତେଣୁ ଏହି ସ୍ଥାନ ତଥା ଆଖପାଖ ଅଞ୍ଚଳକୁ ଜନସାଧାରଣଙ୍କ ସାର୍ବଜନୀନ ବ୍ୟବହାର ପାଇଁ ସରସ ଓ ସୁନ୍ଦର କରାଯାଉ ବୋଲି ପାହାଡେଶ୍ୱର ବିକାଶ ପରିଷଦ ପକ୍ଷରୁ କୁହାଯାଇଛି। ଏହି ଅବସରରେ ସଂଗ୍ରାମ ମହାନ୍ତି, ତୁଷାର ପଟେଲ, ମିହିର ନାୟକ, ଅମ୍ୟ ମହାନ୍ତି ପବିତ୍ର ମୋହନ ଦାସ ପ୍ରମୁଖଙ୍କ ସହ ସଦସ୍ୟମାନେ ଉପସ୍ଥିତ ଥିଲେ।