ସାମ୍ବାଦିକ ଶଙ୍କର ପ୍ରସାଦ ମିଶ୍ର ଓ ପ୍ରକାଶ ମହାରଣାଙ୍କ ବିୟୋଗରେ ଶୋକସଭା

ଦେବଗଡ଼,ଏନ୍ଏନ୍ଏସ୍: ବରିଷ୍ଠ ସାମ୍ବାଦିକ ଶଙ୍କର ପ୍ରସାଦ ମିଶ୍ର ଓ ପ୍ରକାଶ ମହାରଣାଙ୍କ ବିୟୋଗରେ ଆଜି ଦେବଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାମ୍ବାଦିକ ସତ୍ୟ ନାରାୟଣ ମିଶ୍ର ସଂଯୋଜନା କରିଥିଲେ। ଓୟୁଜେ ରାଜ୍ୟ ସାଧାରଣ ସମ୍ପାଦକ ଅଶୋକ କୁମାର ନନ୍ଦ ଦିବଂଗତ ଆତ୍ମାଙ୍କ ସ୍ମୃତିଚାରଣ କରିଥିବା ବେଳେ ସାମ୍ବାଦିକା ସୁଜୁତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ସିଦ୍ଧାର୍ଥ ଗୁରୁ, ସିଧେଶ୍ୱର ଗୁରୁ, ଶକ୍ତି ସୌରଭ ନନ୍ଦ, ଶଶାଙ୍କଶେଖର ଝାଙ୍କର, ବ୍ରିଜେଶ ରଂଜନ ସାହୁ, ପ୍ରତାପ କିଶୋର ନାୟକ, ଅନୁଜ ପ୍ରଧାନ, ପ୍ରଶାନ୍ତ ଭୁକ୍ତା, ସଞ୍ଜୀବ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମୃତ ସାମ୍ବାଦିକଙ୍କ ପରିବାର ବର୍ଗଙ୍କୁ ରାଜ୍ୟ ସରକାର ଆର୍ôଥକ ସହାୟତା ପ୍ରଦାନ କରିବାକୁ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠା ଯାଇଥିଲା।