କୋରାପୁଟ,ଏନ୍ଏନ୍ଏସ୍: ପଦ୍ମଶ୍ରୀ କମଳା ପୂଜାରୀ ସୁସ୍ଥ ହୋଇ ନିଜ ଘର ଜୟପୁରର ପାତ୍ରପୁଟକୁ ଫେରିଛନ୍ତି। କମଳା ପୂଜାରୀ କିଡନୀଜନିତ ରୋଗରେ ଆକ୍ରାନ୍ତ ହୋଇ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଗତ ମଙ୍ଗଳବାର ରାତ୍ରୀରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ। ଆଜି ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ଘରକୁ ସରକାରୀ ଆମ୍ବୁଲାନ୍ସରେ ଯାଇଥିବା ଜଣାପଡ଼ିଛି। ରାଜ୍ୟ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ହସ୍ପିିଟାଲ ଯାଇ ତାଙ୍କୁ ଭେଟିବା ସହ ସରକାରୀ ଆମ୍ବୁଲାନସରେ ନିଜ ଘରକୁ ପଠେଇବା ବ୍ୟବସ୍ଥା କରିଥିଲେ।