ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫ୍ରେନ୍ସିଂ ଜରିଆରେ ଗୁଜରାଟ ହାଇକୋର୍ଟର ଡାଇମଣ୍ଡ ଜୁବଲୀ ସମାରୋହକୁ ସମ୍ବୋଧିତ କରିଛନ୍ତି। ମୋଦୀ ଏହି ଖାସ୍ ଅବସରରେ ସଭିଙ୍କୁ ଶୁଭକାମନା ଜଣାଇଛନ୍ତି। ଗତ ବର୍ଷ ଆଇନଗତ ବୁଝାମଣା, ଆଦର୍ଶ ଓ ବୌଦ୍ଧିକତା ବଳରେ ଗୁଜୁରାଟ ହାଇକୋର୍ଟ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ମୋଦୀ କହିଛନ୍ତି। ଏଥିସହିତ ମୋଦୀ ଏକ ଡାକ ଟିକେଟ ମଧ୍ୟ ଜାରି କରିଛନ୍ତି।
ମୋଦୀ କହିଛନ୍ତି ଯେ, ଆମ ନ୍ୟାୟ ବ୍ୟବସ୍ଥା ଏମିତି ହେବା ଦରକାର କି ଯେଉଁଥିରେ ସମାଜର ଶେଷ ପାହଚରେ ଛିଡ଼ା ହୋଇଥିବା ବ୍ୟକ୍ତି ପାଇଁ ବି ସୁଲଭ ହେବ। ଏଠାରେ ବ୍ୟକ୍ତି ସମୟରେ ନ୍ୟାୟ ପାଇବାର ଗ୍ୟାରେଣ୍ଟି ରହିବ। ସରକାର ମଧ୍ୟ ଏହି ଦିଗରେ ନିଜ କର୍ତ୍ତବ୍ୟ ପାଳନ କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ନ୍ୟାୟ ଆଦର୍ଶ ଭାରତର ସଂସ୍କାର ହୋଇଥିବାରୁ ପ୍ରତ୍ୟେକ ଭାରତୀୟଙ୍କୁ ନ୍ୟାୟ ମିଳିବା ଉଚିତ। ସେଥିପାଇଁ ଦୁନିଆର ସର୍ବବୃହତ ଲୋକତନ୍ତ୍ରରେ ୱାର୍ଲ୍ଡକ୍ଲାସ ନ୍ୟାୟ ବ୍ୟବସ୍ଥା ତିଆରି କରିବା ନ୍ୟାୟପାଳିକା ଓ ସରକାରଙ୍କ ଦାୟିତ୍ୱ।