ବ୍ଲାଷ୍ଟିଂ ସାମଗ୍ରୀ ଜବତ,୨ ଗିରଫ

କୋଟପାଡ଼,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ସରଗିଗୁଡ଼ା ଗ୍ରାମ ନିକଟରେ ଥିବା ଏକ ପଥର କ୍ୱାରୀ ଉପରେ ପୁଲିସ ଚଢ଼ଉ କରି ବିପୁଳ ପରିମାଣର ବ୍ଲାଷ୍ଟିଂ ସାମଗ୍ରୀ ଜବତ କରିବା ସହ ୨ଜଣକିୁ ଗିରଫ କରିଛି। ଗିରଫ ୨ଜଣ ହେଲେ କ୍ୱାରୀ ମାଲିକ କେ.ରିଷି ଓ ବ୍ଲାଷ୍ଟିଂ କରୁଥିବା ଟି ବାଲା ରାଜୁ। ଜବତ ସାମଗ୍ରୀ ମଧ୍ୟରେ ଇଡି, ବିଦ୍ୟୁତ ତାର, ଡ୍ରିଲିଂ ମେସିନ୍ ଓ ଜେସିବି ମେସିନ୍ ରହିଛି। ବୋରିଗୁମ୍ମା ଏସଡିପିଓ ହରେକୃଷ୍ନ ମାଝୀଙ୍କ ନେତୃତ୍ୱରେ ବୋରିଗୁମ୍ମା ଥାନା ଅଧିକାରୀ ସଞ୍ଜୟ କୁମାର ମଣ୍ଡଳ ଓ ଅନ୍ୟମାନେ ଚଢ଼ଉରେ ସାମିଲ ହୋଇଥିଲେ। ବହୁ ଦିନରୁ ଗିରଫ ବ୍ୟକ୍ତିମାନେ ବେଆଇନ ବିସ୍ଫୋରକ ବ୍ୟବହାର କରି ପଥର ବ୍ଲାଷ୍ଟିଂ କରୁଥିବା ଅଭିଯୋଗ ହୋଇଥିଲା।