ସମ୍ପତ୍ତି ତାଲିକାରେ ସ୍ୱଚ୍ଛତା ରହିଛି: ବିଜେଡି

ଭୁବନେଶ୍ୱର, ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସମ୍ପତ୍ତି ତାଲିକା ଦେବା ଆମର କର୍ତ୍ତବ୍ୟ। ଆଗରୁ ତାଲିକା ଦେଇଥିଲୁ, ଏବେ ମଧ୍ୟ ଦେଇଛୁ। ଏଥିରେ ସଂପୁର୍ଣ୍ଣ ସ୍ୱଚ୍ଛତା ରହିଛି। ସମ୍ପତ୍ତିକୁ କମ୍କରି ଦର୍ଶାଇବାର ପ୍ରଶ୍ନ ଉଠୁନି। ଯଦି କେହି ଲୁଚାଛପା କରିବେ ସେଠି ତ ପ୍ରଶ୍ନ ଉଠିବ। ଏଣୁ ଯାହାର ଯେତିକି ସମ୍ପତ୍ତି ସେମାନେ ସେତିକି ତାଲିକାରେ ଦେଉଛନ୍ତି। ବିରୋଧୀ ଦଳ ବିରୋଧ କରିବା ଛଳରେ ଏ କଥା କହୁଛନ୍ତି ବୋଲି ବିଜେପିର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।