କୋରାପୁଟ,ଏନ୍ଏନ୍ଏସ୍: ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ପ୍ରେଡ୍ ଦ୍ୱାରା ଅବିଭକ୍ତ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ କରୋନା ମୁକାବିଲା ନିମେନ୍ତ ଅକ୍ସିଜେନ ଫ୍ଲୋ ମିଟର, ଫିଙ୍ଗର ଟିପ୍ ଅକ୍ସିମିଟର ଏବଂ ଜୁମ୍ବୋ ଅକ୍ସିଜେନ୍ ସିଲିଣ୍ଡର୍ ପ୍ରଦାନ କରାଯାଇଛି। ସ୍ପ୍ରେଡର ସମ୍ପାଦକ ବିଦ୍ୟୁତ ମହାନ୍ତି, ଦୁଷ୍ମନ୍ତ କୁମାର ପାଢ଼ୀ, ମଳୟ ଜେନା ଓ ଅଭୟ ବେହେରା ପ୍ରମୁଖ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମକରନ୍ଦ ବେଉରାଙ୍କୁ ସାକ୍ଷାତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିମେନ୍ତ ୫୦ଟି ଅକ୍ସିଜେନ ଫ୍ଲୋ ମିଟର, ୪୦୦ ଫିଙ୍ଗର ଟିପ୍ ଅକ୍ସିମିଟର୍ ଓ ୨୫ଟି ଜୁମ୍ବୋ ଅକ୍ସିଜେନ ସିଲିଣ୍ଡର ହସ୍ତାନ୍ତର କରିଛନ୍ତି। ସେହିପରି ରାୟଗଡ଼ା ଜିଲ୍ଲା ପାଇଁ ଅକ୍ସିଜେନ ଫ୍ଲୋ ମିଟର ଓ ଜୁମ୍ବୋ ସିଲିଣ୍ଡର ୫୦ଟି ଲେଖାଏଁ ଦିଆଯାଇ ଥିବାବେଳେ ନବରଙ୍ଗପୁର ଜିଲ୍ଲା ନିମେନ୍ତ ୧୦୦ଟି ଅକ୍ସିଜେନ ଫ୍ଲୋ ମିଟର, ୪୦୦ ଫିଙ୍ଗର୍ ଟିପ୍ ଅକ୍ସିମିଟର ଓ ୪୦ଟି ଜୁମ୍ବୋ ସିଲିଣ୍ଡର୍ ପ୍ରଦାନ କରାଯାଇଛି। ଅନ୍ୟପଟେ ମାଲାକାନଗିରି ଓ କଳାହାଣ୍ଡି ଜିଲ୍ଲା ପାଇଁ ଯଥାକ୍ରମେ ୨୦୦ ଓ ୩୦୦ ଅକ୍ସିଜେନ ଫ୍ଲୋ ମିଟର, ଅକ୍ସିଜେନ ଫିଙ୍ଗର ଟିପ୍ ୩୦୦ ଓ ୧୦୦ଟି ପ୍ରଦାନ କରାଯାଇଛି।