ବନ୍ଧୁକ ଧରି ବୁଲୁଥିଲା ଯୁବକ…

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲା ଓରିଏଣ୍ଟ ପୁଲିସ ଦେଶୀ ବନ୍ଧୁକ ସହ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ସୁଶୀଲ କୁମାର ବୋଲି ପୁଲିସ ସୂଚନା ଦେଇଛି। ସୂଚନା ଅନୁଯାୟୀ ସୁଶୀଲ କୁମାର ଦୁର୍ଗା ନଗର ଓ ମଣ୍ଡଳୀୟା ଅଞ୍ଚଳରେ ଏକ ଦେଶୀ ବନ୍ଧୁକ ଧରି ୨-୩ ଦିନ ହେବ ବୁଲାବୁଲି କରୁଥିଲା। ଏ ବିଷୟରେ ଖବରପାଇ ପୁଲିସ ସୁଶୀଲର ଗତିବିଧି ଉପରେ ନଜର ରଖିବା ସହ ଆଜି ତାକୁ ଦୁର୍ଗନଗରରୁ ବନ୍ଧୁକ ସହ ଗିରଫ କରିଥିଲା।

ଧାରା ୨୫ ଆର୍ମ ଆକ୍ଟରେ ଏକ ମାମଲା ରୁଜୁ କରି ସୁଶୀଲକୁ ପୁଲିସ କୋର୍ଟ ଚାଲାଣ କରିଛି। ତେବେ ଅଭିଯୁକ୍ତ ଜଣଙ୍କ ବିରୋଧରେ ପୂର୍ବରୁ କୌଣସି ଅପରାଧିକ ମାମଲା ନଥିବା ଥାନା ଅଧିକାରୀ ବୈକୁଣ୍ଠବିହାରୀ ସେଠ କହିଛନ୍ତି। ସେହିପରି ସେ ବନ୍ଧୁକ କେଉଁଠୁ ଆଣିଲା ସେ ନେଇ ପୁଲିସ ତଦନ୍ତ କରୁଛି।