ଏଲଏସିରେ ନୂଆ ଭିତ୍ତିଭୂମି ନିର୍ମାଣ କରୁଛି ଚୀନ୍

ଲଦାଖ,ଏଜେନ୍ସି: ଲଦାଖର ଫ୍ରିକ୍ସନ ପଏଣ୍ଟରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଭାରତ ଓ ଚୀନ୍ ମଧ୍ୟରେ ଉଭୟ କୁଟ୍ଟନୈତିକ ଓ ସାମରିକ ସ୍ତରରେ ଆଲୋଚନା ଜାରି ରହିଥିଲା ବେଳେ ପିପୁଲ୍ସ ଲିବରେସନ ଆର୍ମିି ତିଽତର ଅଧିକୃତ ଅକସାଇ ଚୀନ ଓ ଜିନଜିଆଙ୍ଗରେ ନୂଆ ଭିତ୍ତିଭୂମି ନିର୍ମାଣ କରୁଛି। ଜଣେ ସାମରିକ ଅଧିକାରୀ କହିଛନ୍ତି, ଏହି ଅଞ୍ଚଳରେ ପ୍ରାୟ ୩ ଲକ୍ଷ ବର୍ଗଫୁଟ ପରିମିତ ସ୍ଥାନରେ ଭିତ୍ତିଭୂମି ନିର୍ମାଣ କରାଯାଉଛି। କେବଳ ସେତିକି ନୁହେଁ ଚୀନ୍ ପକ୍ଷରୁ ପିପୁଲ୍ସ ଲିବରେସନ ଆର୍ମିର ଯବାନଙ୍କୁ ଭିନ୍ନ ଭିନ୍ନ ସ୍ଥାନରେ ମୁତୟନ କରାଯାଇଛି। ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ପିପୁଲ୍ସ ଲିବରେସନ ଆର୍ମିର ଗୁଇନ୍ଦା ବିଭାଗ ଗଲୱାନ ଅଞ୍ଚଳ ଉପରେ ନଜର ରଖିଛି। ପିପୁଲ୍ସ ଲିବରେସନ ଆର୍ମି ପକ୍ଷରୁ ଜିନ୍ ଜିଆଙ୍ଗରେ ଫୋଟନ୍ ଓ କାନସିୱାଲ ମଧ୍ୟରେ ନୂଆ ସଡକ ନିର୍ମାଣ କରାଯାଉଛି।