‘ଆମ ଶିଶୁଗୃହ’ ଉଦଘାଟିତ

କୋରାପୁଟ,ଏନ୍ଏନ୍ଏସ୍: ସେମିଲିଗୁଡା ବ୍ଲକ୍ ମାଳିପୁଙ୍ଗାରରେ ଆମ ଶିଶୁ ଗୃହ ଉଦଘାଟିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଛନ୍ତି। ସୁନାବେଡା ହାଲର ସହାୟତାରେ ପ୍ରତିଷ୍ଠିତ ଶିଶୁଗୃହ ସ୍ୱେଛାସେବୀ ଅନୁଷ୍ଠାନ ଏକତା ଦ୍ୱାରା ପରିଚାଳନା କରାଯାଉଛି । ୬ ମାସରୁ ୩ ବର୍ଷ ବୟସ ମଧ୍ୟରେ ଥିବା ପିଲାମାନଙ୍କୁ ମାଆମାନେ ଆମ ଶିଶୁ ଗୃହରେ ଛାଡି କାମ କରିବାକୁ ଯାଇପାରିବେ ବୋଲି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ହରେକୃଷ୍ଣ ପ୍ରଧାନ ସୂଚନା ଦେଇଛନ୍ତି। ଏଠାରେ ଶିଶୁ ମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା ସହ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଉପ-ନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ବେହେରା ,ଏନଓପି ଡିପିଏମ ମମତା ମହାନ୍ତି, ଏକତାର ସମ୍ପାଦକ ଜଗନ୍ନାଥ ମିଶ୍ର ଉପସ୍ଥିତ ଥିଲେ।