ବିଦ୍ୟୁତ୍ ଯୋଗାଣର ଅନୁଧ୍ୟାନ ପାଇଁ କୋଟିଆ ଗଲା ୨ଟି ଦଳ

କୋରାପୁଟ, ଏନ୍ଏନ୍ଏସ୍: ବିଦ୍ୟୁତ୍ ଯୋଗାଣର ଅନୁଧ୍ୟାନ ପାଇଁ କୋଟିଆ ଗଲା ୨ଟି ଦଳ । ପଟ୍ଟାଙ୍ଗୀ ବ୍ଲକର କୋଟିଆ ପଞ୍ଚାୟତର କେଉଁ କେଉଁ ଗ୍ରାମରେ ଓଡିଶା ଓ ଆନ୍ଧ୍ର ବିଦ୍ୟୁତ ଯୋଗାଉଛି ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳ ମଧୁସୂଦନ ମିଶ୍ର ନିର୍ଦ୍ଦେଶ ଦେବାପରେ ୨ଟି ଟିମ୍ ବିଭିନ୍ନ ଗ୍ରାମରେ ପହଞ୍ଚିଛନ୍ତି। କୋଟିଆ ପଞ୍ଚାୟତ ନିର୍ବାହୀ ଅଧିକାରୀ ଦୁଃଶାସନ ନାୟକ,ଏବିଡିଓ କୃଷ୍ଣଚନ୍ଦ୍ର ବିଶ୍ୱାସ ରାୟ ,କନିଷ୍ଠ ଯନ୍ତ୍ରୀ ବିଜୟ କୁମାର ନନ୍ଦ ଓ ସାଉଥକୋର କର୍ମଚାରୀମାନେ ତଳସେମ୍ବି , ଉପରସେମ୍ବି ଓ ଧୂଲିପଦର ଗ୍ରାମ ପରିଦର୍ଶନ କରିଥିଲେ। ଉକ୍ତ ଗ୍ରାମ ଗୁଡିକରେ ଆନ୍ଧ୍ର ତରଫରୁ ବିଦ୍ୟୁତ ସେବା ଯୋଗାଇ ଦିଆ ଯାଉଥିବା ଜଣାପଡିଛି। ସେହିପରି ସହକାରୀ ଯନ୍ତ୍ରୀ ସଞ୍ଜୟ କୁମାର କେସପଟ୍ଟା , ଏପିଓ ସୌମେନ୍ଦ୍ର ନାୟକ, ସାଉଥକୋ ଏସଡିଓ ବି.କେ ପ୍ରଧାନ ପ୍ରମୁଖ ମାଡକାର ଓ ଡୋଲିଆମ୍ଭ ଗ୍ରାମରେ ପରିଦର୍ଶନ କରିଥିଲେ। ମାଡକାର ଓ ଡୋଳିଆମ୍ବରେ ମଧ୍ୟ ଆନ୍ଧ୍ର ତରଫରୁ ବିଦ୍ୟୁତ ଯୋଗାଇ ଦିଆ ଯାଉଥିବା ଦେଖିବାକୁ ମିଳିଛି। ତେବେ ଓଡିଶା ତରଫରୁ ୩ ଫେଜ୍ ବିଦ୍ୟୁତ ଯୋଗାଇ ଦିଆଗଲେ ସେମାନେ ନେବା ପାଇଁ ଇଚ୍ଛୁକ ଥିବା ଗ୍ରାମବାସୀ କହିଛନ୍ତି।