ବୁଥ୍ ପରିଦର୍ଶନ କଲେ ଜିଲ୍ଲାପାଳ

କୋରାପୁଟ,ଏନ୍ଏନ୍ଏସ୍: ନଭେମ୍ବର ୧୬ରୁ ଡିସେମ୍ବର ୧୫ ଯାଏ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପାଇଁ ଅଭିଯାନ ଆରମ୍ଭ ହୋଇଛି। ତଦନୁଯାୟୀ ଡିସେମ୍ବର ୫ ଓ ୬ ତାରିଖରେ ଇଚ୍ଛୁକ ବ୍ୟକ୍ତି ନିଜ ବୁଥକୁ ଯାଇ ଆବଶ୍ୟକୀୟ ଫର୍ମ ପୂରଣକରି ଭୋଟର ତାଲିକାରେ ନାମ ଚଢ଼ାଇବାକୁ ଆବେଦନ କରି ପାରିବେ। ଏହି ଅବସରରେ ଜିଲ୍ଲାପାଳ ମଧୁ ସୂଦନ ମିଶ୍ର ସେମିଲିଗୁଡା ବ୍ଲକର କୁନ୍ଦୁଲି , ଖୁଡି ଓ କୁତୁଗାଁ ପ୍ରମୁଖ ବୁଥକୁ ଯାଇ ସଂଶୋଧନ କାର୍ଯ୍ୟ ତଦାରଖ କରିଥିବା ଜଣାପଡିଛି। ୦୧-୦୧-୨୦୨୧ରେ କିମ୍ବା ତା ପୂର୍ବରୁ ୧୮ ବର୍ଷରେ ପଦାର୍ପଣ କରିବାକୁ ଥିବା କେତେଜଣ ଫର୍ମପୂରଣ କରି ବୋଲି ଜିଲ୍ଲାପାଳ ବୁଥ ଅଧିକାରୀଙ୍କଠାରୁ ପଚାରି ବୁଝିଥିଲେ।