କୋଭିଡ୍ ନିୟମ ନମାନି ଟୁର୍ଣାମେଣ୍ଟ ଆୟୋଜନ : ରାଜନେତା ଓ ଥାନାବାବୁ ଥିଲେ ଅତିଥି

କାରାପୁଟ,ଏନ୍ଏନ୍ଏସ୍: କରୋନାରୁ ରକ୍ଷା ପାଇବା ପାଇଁ ସରକାର ନାନାଦି କଟକଣା ଜାରି କରିଥିବାବେଳେ କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍ ତୁଷୁବା ପଞ୍ଚାୟତର କଞ୍ଚାଣା ଗ୍ରାମରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ୟୁଥ୍ କ୍ଲବ୍ ଲମତାପୁଟ ଓ ନନ୍ଦପୁର ବ୍ଲକର ୩୨ଟି ଟିମକୁ ନେଇ ଫୁଟବଲ୍ ଟୁର୍ଣାମେଣ୍ଟ ଆୟୋଜନ କରିଥିବାବେଳେ ଗତକାଲି ଫାଇନାଲ୍ ମ୍ୟାଚ୍ ହୋଇଥିଲା। ଶେଷ ମ୍ୟାଚରେ ହଜାର ହଜାର ଦର୍ଶକ ଉପସ୍ଥିତ ଥିବାବେଳେ ସ୍ଥାନୀୟ ରାଜନେତା ଓ ଥାନାବାବୁ ଅତିଥିଭାବେ ଯୋଗ ଦେଇଥିଲେ। କରୋନା କଟକଣା ସତ୍ତେ୍ୱ ଦର୍ଶକ ତ ଦୂର କଥା ଅତିଥିମାନେ ମଧ୍ୟ ମାସ୍କ ପିନ୍ଧି ନଥିବା ଦେଖିବାକୁ ମିଳିଥିଲା। ଏହିି ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ଚିନ୍ତା ପ୍ରକାଟ କରାଯିବା ସହ ସଚେତନ ନାଗରିକ ଯଦି କୋଭିଡ୍ ଗାଇଡଲାଇନ୍ ଉଲ୍ଲଂଘନ କରନ୍ତି ତା’ହାଲେ ଗ୍ରାମାଞ୍ଚଳର ଲୋକଙ୍କୁ କିପରି ସଚେତନ କରାଯିବ ବୋଲି ଆଲୋଚନା ହେଉଛି।