ରାୟଗଡ଼ା ଜିଲ୍ଲା ଘରୋଇ ସ୍କୁଲ ସଂଘ ଗଠିତ

ରାୟଗଡ଼ା,ଏନ୍ଏନ୍ଏସ୍ : ରାୟଗଡା ଜିଲ୍ଲା ବେସରକାରୀ ଘରୋଇ ସଂକ୍ଷାନୁଷ୍ଠାନ ପରିଚାଳକ ଓ ନିର୍ଦ୍ଦେଶକଙ୍କୁ ନେଇ ଆଜି ଏକ ବୈଠକ ଆୟୋଜିତ ହୋଇଯାଇଛି। ବିଦ୍ୟାଳୟର ବିିଭିନ୍ନ ସମସ୍ୟା, ଉନ୍ନତି ଓ ଶିକ୍ଷାର୍ଥୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ସମସ୍ତ ସଦସ୍ୟଙ୍କ ନିଷ୍ପତିକ୍ରମେ ଏକ ସଂଘ ଗଠନ ହୋଇଯାଇଛି। ଏଥିସହିତ ଉପସ୍ଥିତି ସବୁ ସଦସ୍ୟଙ୍କ ସହମତିକ୍ରମେ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ନିର୍ଦ୍ଦେଶକ ରାଜେଶ ପାଢୀଙ୍କୁ ସଂଘର କାର୍ଯ୍ୟକାରୀ ସଭାପତି ଭାବେ ଚୟନ କରାଯାଇଥିବା ବେଳେ ମଦର ଟେରେସା ଏଡୁକେସନାଲ ଟ୍ରଷ୍ଟ ସମ୍ପାଦକ ଡି.ଶଙ୍କର ରାଓ ଏବଂ ବଚପନ ବିଦ୍ୟାଳୟ ଏବଂ ଆକାଡେମିକ ହାଇଟ୍ସର ନିର୍ଦ୍ଦେଶକ ଅସ୍ୱିନୀ ଦାଶଙ୍କୁ ଜିଲ୍ଲା ସଂଯୋଜକ ଭାବେ ମନୋନୟନ କରାଯାଇଥିଲା। ଉକ୍ତ ବୈଠକରେ ଜିଲ୍ଲାର ମୋଟ ୨୭ ବିଦ୍ୟାଳୟ କର୍ତ୍ତୃପକ୍ଷ ଅଂଶଗ୍ରହଣ କରିଥିବା ଜଣାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ପ୍ରେରଣା ବିଦ୍ୟାଳୟ ପରିଚାଳକ ଏଚଏସ ପାଣ୍ଡିୟା, ବିଘ୍ନାନ ବିଦ୍ୟାଳୟ କିରନ କୁମାର, ଜାଭିୟର ବିଦ୍ୟାଳୟ ପରିଚାଳକ ଏ ରମେଶ ପଟ୍ଟନାୟକ, ଷ୍ଟେଟ ବ୍ରିଗେଡ ବିଦ୍ୟାଳୟର ଏ ଚନ୍ଦ୍ର ଶେଖର, ମହର୍ସି ବିଦ୍ୟାଳୟର ଗାୟତ୍ରୀ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ। ସେଞ୍ଚୁରିଆନ ବିଶ୍ୱ ବିଦ୍ୟାଳୟ ନିର୍ଦ୍ଦେଶକ ଶ୍ରୀ ପାଢୀ ବୈଠକ ପରିଚାଳନା କରିଥିବାବେଳେ ପରିଚାଳ ଡା. ଅଶୋକ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।