ଖରାପ କୋଇଲା ଯୋଗୁ ଓପିଜିସି ୟୁନିଟ-୩ ବନ୍ଦ

ଝାରସୁଗୁଡ଼ା: ଖରାପ କୋଇଲା ଯୋଗୁ ରବିବାର ମଧ୍ୟାହ୍ନ ୧୨ଟା ୫୭ମିନିଟରୁ ବନହରପାଲିସ୍ଥିତ ଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମ (ଓପିଜିସି)ର ୟୁନିଟ-୩କୁ ବନ୍ଦ କରାଯାଇଛି। ୟୁନିଟ-୪କୁ ମଧ୍ୟ ୬୬୦ ମେଗାୱାଟ ପରିବର୍ତ୍ତେ ୩୨୦ ମେଗାୱାଟ ଲୋଡ଼ ଦିଆଯାଇଛି ବୋଲି ଓପିଜିସି ଲୋକ ସମ୍ପର୍କ ଅଧିକାରୀ ହିମାଂଶୁ ଭୂଷଣ ବେହେରା ପ୍ରକାଶ କରିଛନ୍ତି। ଏହାସହ ଆଗାମୀ ଦିନରେ ଠିକ ମାନର କୋଇଲା ନ ଆସିଲେ ୟୁନିଟ ୪ ମଧ୍ୟ ପ୍ରଭାବିତ ହେବ ବୋଲି ସେ କହିଛନ୍ତି। ଏନେଇ ଓପିଜିସି ପକ୍ଷରୁ ଏମସିଏଲ ସ୍ଥାନୀୟ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ସୂଚନା ଦିଆଯାଇଥିବା ଶ୍ରୀ ବେହେରା ପ୍ରକାଶ କରିଛନ୍ତି।