ଝାରସୁଗୁଡ଼ାରେ ମାତ୍ର ୩ ପଜିଟିଭ ଚିହ୍ନଟ: ସଂଖ୍ୟା ୭,୩୫୩କୁ ବୃଦ୍ଧି

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ଆଜି ମାତ୍ର ୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତ। ସେଥିମଧ୍ୟରେ ବାଲପାହାଡ଼ ପୌରପରିଷଦ, ବ୍ରଜରାଜନଗର ପୌରପରିଷଦ ଓ ଝାରସୁଗୁଡ଼ା ବ୍ଲକ ଅଞ୍ଚଳରୁ ଜଣେ ଲେଖାଏଁ ରହିଛନ୍ତି। ଏହି ଆକ୍ରାନ୍ତମାନେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଗୃହ ସଙ୍ଗରୋଧରେ ଥିବାବେଳେ ପଜିଟିଭ ଚିହ୍ନଟ ହୋଇଛନ୍ତି।

ପ୍ରକାଶଯୋଗ୍ୟ, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୩୫୩ରେ ପହଞ୍ଚିଥିବାବେଳେ ୭,୨୦୬ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨୧ ଜଣଙ୍କ ଚିକିତ୍ସା ଜାରି ରହିଛି। ସେହିପରି ଜିଲ୍ଲାରେ ଏପର୍ଯ୍ୟନ୍ତ ୨୬ ଜଣ କରୋନାରେ ପ୍ରାଣ ହରାଇଥିବା ସୂଚନା ମିଳିଛି।