କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲାରେ ଆଜି ମାତ୍ର ୨ଜଣ ମହିଳା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୬୨୮ରେ ପହଞ୍ଚିଛି। ସେଥିମଧ୍ୟରୁ ଜଣେ ଗଞ୍ଜାମ ଜିଲ୍ଲାରୁ ଫେରିଥିବା ଟ୍ରାଭେଲ୍ ହିଷ୍ଟ୍ରୀରୁ ଜଣାପଡ଼ିଛି। ଜଣେ ଟିଏମସିର ହୋଇଥିବାବେଳେ ଅନ୍ୟ ଜଣେ ମହିଳା ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଚିହ୍ନଟ ୨ ଜଣଙ୍କ ଭିତରୁ ଜଣେ କୋରାପୁଟ ବ୍ଲକ୍ ଓ ଅନ୍ୟଜଣେ କୋଟପାଡ଼ ଏନଏସିର ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।