ମେଡିକାଲ କଲେଜ ହଷ୍ଟେଲକୁ ରକେଟ ମାଡ଼

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହଷ୍ଟେଲ ଉପରେ କେତେକ ଅସାମାଜିକ ଯୁବକ ରକେଟ ବାଣ ମାଡ଼ କରିଥିବା ଅଭିଯୋଗ ହୋଇଛି। ପରୀକ୍ଷା ଥିବାରୁ ଛାତ୍ରଛାତ୍ରୀ ପଢୁଥିବାବେଳେ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି। ଛାତ୍ରଛାତ୍ରୀ କୋରାପୁଟ ଟାଉନ ଥାନା ଅଧିକାରୀ ଧୀରେନ ପଟ୍ଟନାୟକଙ୍କ ସହ ଆଲୋଚନା କରିଥିଲେ। କଲେଜ ପରିସରରେ ରାତ୍ରୀ ପହରାକୁ କଡ଼ାକଡ଼ି କରାଯିବା ସହ ସିସିଟିଭି କ୍ୟାମେରା ଲଗେଇବେ ବୋଲି ଥାନାଧିକାରୀ ପ୍ରତିଶ୍ରୁତି ଦେଇଥିଲେ। ଉକ୍ତ ଘଟଣା ସମ୍ପର୍କରେ ଛାତ୍ରଛାତ୍ରୀ ଟୁଇଟ ମାଧ୍ୟମରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ, ଜିଲ୍ଲାପାଳ ଓ ଏସପିଙ୍କୁ ଜଣେଇଛନ୍ତି। ଦୋଷୀମାନଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ କ୍ୟାମ୍ପସ୍ ନିକଟସ୍ଥ ରାସ୍ତାରେ ସିସିଟିଭି କ୍ୟାମେରା ସ୍ଥାପନା କରିବା, କଲେଜର ଉଭୟ ପାଶ୍ୱର୍ରେ ଚେକଗେଟ୍ ନିର୍ମାଣ କରିବାକୁ ଦାବି ଜଣେଇଛନ୍ତି।