ମାଲକାନଗିରିରେ ‘ସାନ୍ସ’ କାର୍ଯ୍ୟକ୍ରମ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପିଲାଙ୍କ ଉଦ୍ଦେଶ୍ୟରେ ‘ସାନ୍ସ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୦ରୁ ୫ ବର୍ଷର ପିଲାଙ୍କ ନମୋନିଆ ବା ଶ୍ୱାସ ଜନିତ କାଶ, କଫ, ରୋଗ ଉପରେ ଉପସ୍ଥିତ ଥିବା କର୍ମକର୍ତ୍ତା ଏବଂ ମା’ଙ୍କୁ ଅବଗତ କରାଯାଇଥିଲା। ଏହି କରୋନା ସମୟରେ ପିଲାଙ୍କ ବିଶେଷ ଯତ୍ନ ନେବାକୁ କୁହାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ ଡା. ପ୍ରଫୁଲ୍ଲ କୁମାର ନନ୍ଦ, ଏଡିଏମଓ ଡା. ଶିବ ପ୍ରସାଦ ମହାରଣା, ଡା. ଶଶିଭୂଷଣ ମହାପାତ୍ର, ସଂଧ୍ୟାରାଣୀ ପଟ୍ଟନାୟକ, କୃଷ୍ଣଚନ୍ଦ୍ର ମହାପାତ୍ର, ଡା. ସଂକଳ୍ପ ଭୋଳ, ଡିପିଏମୟୁ ଡା. ସନ୍ତୋଷ ମିଶ୍ରଙ୍କ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ସେବିକା ସଂଯୁକ୍ତା ସେଠୀ ପରିଚାଳନା କରିଥିଲେ।