କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଅନଲାଇନ୍ ସେମିନାର୍

କୋରାପୁଟ,ଏନ୍ଏନ୍ଏସ୍: କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶାର ଆଭ୍ୟନ୍ତରୀଣ ଗୁଣବତ୍ତା ନିଶ୍ଚିତତା ସେଲ ଆନୁକୂଲ୍ୟର କୋଭିଡ-୧୯ ମହାମାରୀ ସମୟରେ ଅନଲାଇନ୍ ଆଲୋଚନା ଚକ୍ର ଅୟୋଜିତ ହୋଇଯାଇଛି। କୁଳପତି ପ୍ରେଫସର ଆଇ.ରାମାବ୍ରହ୍ମମ ଅଲୋଚନା ଚକ୍ରକୁ ଉଦଘାଟନ କରିବା ସହ କୋଭିଡ-୧୯ ମହାମାରୀ ଯୋଗୁ ଦୈନଦିନ ଜୀବନରେ ସମ୍ମୁଖୀନ ହେଉଥିବା ପ୍ରମୁଖ ସମସ୍ୟା ଉପରେ ଅଲୋକପାତ କରିଥିଲେ। ଏହି କଠିନ ସମୟରେ ଜନସାଧାରଣଙ୍କ ସୁସ୍ଥ ମାନସିକତା ପାଇଁ ଗଣ ଯୋଗାଯୋଗ ହେଉଛି ଏକ ଉପଯୁକ୍ତ ମାଧ୍ୟମ ବୋଲି ସାମ୍ବାଦିକତା ଏବଂ ଜନସଂଚାର ବିଭାଗର ପରିଦର୍ଶକ ପ୍ରଫେସର ଅକ୍ଷୟ ରାଉତ ମୁଖ୍ୟବକ୍ତା ଭାବେ ଯୋଗେଦଇ ମତବ୍ୟକ୍ତ କରିଛନ୍ତି। ସୁସ୍ଥ ମାନସିକତା ଏବଂ କୋଭିଡ-୧୯ର ଉପଯୁକ୍ତ ଆଚରଣ ଗ୍ରହଣ କରିବା ପଇଁ ଜନସାଧାରଣଙ୍କୁ ସଚେତନ କରିବା ନିମେନ୍ତ ଯୁବ ସମାଜ ଆଧ୍ୟାତ୍ମିକ ଗୁରୁ ଓ ପ୍ରଚାରକ ପରି ସମାଜର ବିଭିନ୍ନ ହିତାଧିକାରୀଙ୍କ ଭୂମିକା ଉପରେ ସେ ଗୁରୁତ୍ୱରୋପ କରିଥିଲେ। ଆଇକ୍ୟୁଏସିର ନର୍ଦ୍ଦେଶକ ତଥା ଜୈବ ବିବିଧତା ଓ ପ୍ରାକୃତିକ ସମ୍ପଦ ସଂରକ୍ଷଣ ବିଦ୍ୟାଳୟର ଡିନ ପ୍ରେଫସର ଶରତ କୁମାର ପାଳିତା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସାମ୍ବାଦିକ ଓ ଜନସଂଚାର ବିଭାଗର ଭାରପ୍ରାପ୍ତ ମୁଖ୍ୟ ଡା. ପ୍ରଦୋଷ କୁମାର ରଥ ଅଲୋଚନା ଚକ୍ରର ବିଷୟବସ୍ତୁ ସମ୍ପର୍କ ଅଲୋକପାତ କରିଥିଲେ।ପିଏଚଡି ଗେବଷଣା ବିଦ୍ୱାନ ଏ.ଟି.ସନ୍ନି କାଯ୍ୟର୍କ୍ରମ ପରିଚାଳନା କରିଥିବାବେଳେ ସାମ୍ବାଦିକ ଓ ଜନସଂଚାର ବିଭାଗର ସହକାରୀ ଅଧ୍ୟାପକ ଡା.ସୌରଭ ଗୁପ୍ତା ଧନ୍ୟବାଦ ଅପର୍ଣ କରିଥିଲେ।