ଲୁହା ଚୋରୀ ଅଭିଯୋଗରେ ୪ ଗିରଫ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ବେଦାନ୍ତରୁ ଲୁହା ଚୋରି ଅଭିଯୋଗରେ ୪ଜଣକୁ ବଡ଼ମାଲ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ଝାରସୁଗୁଡ଼ା ରେଳବାଇ କଲୋନୀର ବିଜୟ ଷଣ୍ଢ, ମହାବୀର ହିଞ୍ଜଲ, ରାଜୁ ବର୍ମା ଓ ପୁରୀ ଜିଲ୍ଲା କୁମ୍ଭାରପଡ଼ାର କାଲା ରେଡ୍ଡୀ ବୋଲି ପୁଲିସ ସୂଚନା ଦେଇଛି। ମିଳିଥିବା ରିପୋର୍ଟ ମୁତାବିକ, ଅଭିଯୁକ୍ତମାନେ ବେଦାନ୍ତର ୨ ନମ୍ବର ଗେଟ ବଞ୍ଜାରୀ ନିକଟରେ ପାଚେରୀ ଡେଇଁ ୪ କୁଇଣ୍ଟାଲ ଲୁହା ଏଙ୍ଗଲ ଚୋରି କରୁଥିବାବେଳେ ପେଟ୍ରୋଲିଙ୍ଗ କରୁଥିବା ସୁରକ୍ଷା କର୍ମଚାରୀ ପ୍ରଶାନ୍ତ କୁମାର ସିଂହ ଓ ତାଙ୍କ ଦଳ ଏମାନଙ୍କୁ ଦେଖି କାବୁ କରି ନେଇଥିଲେ। ଏହାସହ ବଡ଼ମାଲ ଥାନାରେ ଲିଖିତ ଅଭିଯୋଗ କରିବା ପରେ ବଡ଼ମାଲ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ବିରୁଦ୍ଧରେ ବଡ଼ମାଲ ଥାନା ଓ ଟାଉନ ଥାନାରେ ଅନେକ ଚୋରି ମାମଲା ପୂର୍ବରୁ ରହିଥିବା ବଡ଼ମାଲା ଥାନାଧିକାରୀ ଅମିତାଭ ପଣ୍ଡା ପ୍ରକାଶ କରିଛନ୍ତି।